କଳାହାଣ୍ଡି: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଳାହାଣ୍ଡି ସାଂସଦ ପ୍ରାର୍ଥୀ ଭକ୍ତଚରଣ ଦାସ ମତଦାନ ସାବ୍ୟସ୍ତ କରିଛନ୍ତି । ସେ ବୁଥ ନମ୍ବର 140 ଭବାନୀପାଟଣା ନିର୍ବାଚନୀ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଭକ୍ତ । ନିଜର ବହୁମୂଲ୍ୟ ମତାମତ ସାବ୍ୟସ୍ତ କରିବ ପାଇଁ ସେ ସକାଳୁ ଯାଇ ମତଦାନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ ।
ଚଳିତ ଥର କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ଭକ୍ତ ଦାସ । ଏନେଇ ମତ ରଖି ସେ କହିଛନ୍ତି ଯେ, ଚଳିତ ଥରର ନିର୍ବାଚନ ହେଉଛି ତାଙ୍କ ପାଇଁ ଏହା ମହାଯଜ୍ଞ । ଯଦି ଏଥର ପୂର୍ଣ୍ଣାହୂତି ଠିକ ଭାବରେ ପଡେ ତେବେ ଜନସମର୍ଥନ ତାଙ୍କୁ ମିଳିବ । ଏନେଇ ମଧ୍ୟ ସେ ଆଶାବାଦୀ ଅଛନ୍ତି ।