ETV Bharat / state

ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଛାତ୍ରଙ୍କୁ ହତ୍ୟା, 4 ଗିରଫ

author img

By

Published : Feb 27, 2023, 11:52 AM IST

Updated : Feb 27, 2023, 12:26 PM IST

ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ କଳାହାଣ୍ଡିରେ ଜଘନ୍ୟ ହତ୍ୟାକାଣ୍ଡ । କଲେଜ ଛାତ୍ରଙ୍କୁ ହତ୍ୟା କଲେ ନାବାଳକ । ଅଧିକ ପଢନ୍ତୁ

college student killed in kalahandi
college student killed in kalahandi
college student killed in kalahandi

ଭବାନୀପାଟଣା: ପ୍ରେମକୁ ନେଇ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । କେତେବେଳେ ପ୍ରେମକୁ ପାଇବା ପାଇଁ କିଏ କାହାକୁ ହତ୍ୟା କରୁଛି ତ ପୁଣି କିଏ ପ୍ରେମରେ ବିଫଳ ହେବାରୁ ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏପରି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ପ୍ରେମ ବ୍ୟାପାରକୁ ନେଇ କଳାହାଣ୍ଡିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଜଣେ କଲେଜ ଛାତ୍ରଙ୍କୁ ହତ୍ୟା କରିଛନ୍ତି ଦୁଇ ଜଣ ନାବାଳକ । ମୃତଦେହ ଉଦ୍ଧାର ପରେ ପୋଲିସ 4ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଜୟପାଟଣା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃଆରୀ 18 ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗାଁର ଜଣେ 17 ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରୁ ତଦନ୍ତ କରିବା ପରେ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ନାବାଳକ ମୋହନ ମାଝୀ ଓ ଡାକ୍ତର ନାଏକ ପୋଲିସ ସାମ୍ନାରେ ଏପରି ମତ ରଖିଛନ୍ତି ।

ଦିଲୀପ ଜଣେ ନାବାଳିକାଙ୍କୁ ଭଲ ପାଉଥିବା ବେଳେ ଅଭିଯୁକ୍ତ ମୋହନ ମଧ୍ୟ ତାଙ୍କୁ ଭଲପାଉଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ହତ୍ୟାର ରୂପ ନେଇଥିଲା । ଗତ 18 ତାରିଖ ଦିନ ମୋହନ ଓ ଡାକ୍ତର, ଦିଲୀପକୁ ଏକ ନାଳକୁ ନେଇ ହତ୍ୟା କରିଥିଲେ । ପରେ ଏକ ଚାଷ ଜମିରେ ବାରହା ପାଇଁ ବିଛାଯାଇଥିବା 11 କେଭି ବିଦ୍ୟୁତ ତାର ଫାସରେ ଦିଲୀପର ମୃତଦେହ ଫିଙ୍ଗିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାଦେଖି ସ୍ଥାନୀୟ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ୍ର ମାଝୀ ମୃତକ ଦିଲୀପର ମୃତଦେହକୁ ଦେଖି ଗୋଟିଏ ଦିନ ଲୁଚାଇ ରଖିବାପରେ ନଦୀରେ ଫୋପାଡି ଦେଇଥିଲେ।

ଏହାପରେ ଗ୍ରାମବାସୀ ନଦୀରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସନ୍ଦେହ କରି ଦୁଇ ନାବାଳକ ମୋହନ ମାଝୀ ଓ ଡାକ୍ତର ନାଏକକୁ ପୋଲିସ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା । ଏହାପରେ ଉଭୟଙ୍କୁ ଗିରଫ କରାଯିବା ପରେ ବାରହା ପାଇଁ ବିଦ୍ୟୁତ ତାର ବିଛାଇଥିବା ଅବତାର ଓ ଚନ୍ଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Feb 27, 2023, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.