ETV Bharat / state

ହରାଇଥିବା ଗୌରବ ଫେରିପାଇବ କଳାହାଣ୍ଡି, ଆରମ୍ଭ ହେଲା କଫି ଚାଷ

author img

By

Published : Aug 21, 2022, 2:18 PM IST

କଳାହାଣ୍ଡିରେ କଫି ଚାଷ ପାଇଁ ବୃକ୍ଷ ରୋପଣ କଲେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ । ଅଧିକ ପଢନ୍ତୁ

ହରାଇଥିବା ଗୌରବ ଫେରିପାଇବ କଳାହାଣ୍ଡି, ଆରମ୍ଭ ହେଲା କଫି ଚାଷ
ହରାଇଥିବା ଗୌରବ ଫେରିପାଇବ କଳାହାଣ୍ଡି, ଆରମ୍ଭ ହେଲା କଫି ଚାଷ

ଭବାନୀପାଟଣା: ପୁଣି ଥରେ କଳାହାଣ୍ଡିରେ ଆରମ୍ଭ ହେଲା କଫି ଚାଷ । ବୃକ୍ଷ ରୋପଣ କରି ଉଦଘାଟନ କଲେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ । ଫଳରେ ପୂର୍ବରୁ ହରାଇଥିବା ଗୌରବକୁ ପୁଣି ଥରେ ଫେରିପାଇବ କଳାହାଣ୍ଡି । ୧୯୮୦ ମସିହାରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିଆସିଥିଲା । କିନ୍ତୁ, ତତ୍କାଳୀନ ସରକାରୀ କଳର ଅବହେଳା ଯୋଗୁଁ ଏହି ଅଞ୍ଚଳରେ ଲୋପ ପାଇବାକୁ ବସିଥିଲା କଫି ଚାଷ । ହେଲେ ପୁନର୍ବାର ଏହାର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ।

ଆଜି (ରବିବାର) ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ଗାଁରେ ପ୍ରାୟ ୨୫ ଏକର ଜମିରେ କଫି ବଗିଚା ପାଇଁ ବୃକ୍ଷ ରୋପଣ କରାଯାଇଛି । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଆଚାର୍ଯ୍ୟ, ସ୍ଥାନୀୟ ବ୍ଲକ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ସମଗ୍ର ଥୁଆମୂଳ ରାମପୁର ବ୍ଲକ କଫି ବାସ୍ନାରେ ମହକିବ ବୋଲି କଫି ବୃକ୍ଷ ରୋପଣ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ କହିଥିଲେ । କଫି ଚାଷ ପରେ ଏହି ଅଞ୍ଚଳରୁ ଦାଦନ ସମସ୍ୟା ଦୂର ହୋଇ ପାରିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.