ETV Bharat / state

ମନ୍ତ୍ରୀ ଟୁକୁନି ସାହୁଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

author img

By

Published : Jul 26, 2021, 9:20 AM IST

କଳାହାଣ୍ଡି ଜିଲ୍ଲାରେ ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଟୁକୁନି ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ...

ମନ୍ତ୍ରୀ ଟୁକୁନି ସାହୁଙ୍କ କୁଶପୁତ୍ତଳିକା ଦାହ
ମନ୍ତ୍ରୀ ଟୁକୁନି ସାହୁଙ୍କ କୁଶପୁତ୍ତଳିକା ଦାହ

ଭବାନୀପାଟଣା: ପଶ୍ଚିମ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଅଣଦେଖା ଓ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ନେଇ କଂଗ୍ରେସର ବିକ୍ଷୋଭକୁ ମନ୍ତ୍ରୀଙ୍କ ବିରୋଧକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ । ଏନେଇ ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଟୁକୁନି ସାହୁଙ୍କ କରାଯାଇଛି ।

ମନ୍ତ୍ରୀ ଟୁକୁନି ସାହୁଙ୍କ କୁଶପୁତ୍ତଳିକା ଦାହ

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ କୋଶଳ ଯୁବ ସମନ୍ବୟ ସମିତିର କୋଶଳ ସ୍ବାଭିମାନ ପଦଯାତ୍ରା ଗତ ୨୩ ତାରିଖ ଦିନ ଭବାନୀପାଟଣା ଠାରୁ ଆରମ୍ଭ ହୋଇ ଗତକାଲି ସନ୍ଧ୍ୟାରେ ପଡୋଶୀ ବଲାଙ୍ଗୀର ଜିଲ୍ଲାର ସଇନ୍ତଲା ଠାରେ ପହଞ୍ଚିଥିଲା । ସେଠାରେ ମନ୍ତ୍ରୀ ଟୁକୁନି ସାହୁ ତାଙ୍କୁ ଅଟକାଇ ପଦଯାତ୍ରା ବନ୍ଦ କରିବାକୁ କହିଥିଲେ । ଏହା ସହିତ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଦୋଳନକାରୀମାନଙ୍କୁ ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିଲା।

ଏହାର ପ୍ରତିବାଦରେ ରିବାବାର କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିଲା । ଯୁବ କଂଗ୍ରେସ ପକ୍ଷରୁ ଭବାନୀପାଟଣା ସହରରେ ଥିବା ଗାନ୍ଧୀ ଛକଠାରେ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହା କରିଛି ଜିଲ୍ଲା ଯୁବ କଂଗ୍ରେସ । ମିଥ୍ୟା କେସକୁ ଉଠାଇବାକୁ ଦାବି କରିଛି ଯୁବ କଂଗ୍ରେସ । ସମସ୍ୟା ସାମାଧାନ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି କହିଛି ଜିଲ୍ଲା ଯୁବ କଂଗ୍ରେସ ।

କଳାହାଣ୍ଡିରୁ ଅଜିତୁ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.