ଭବାନୀପାଟଣା: ଉଦଯାପିତ ହେଲା ଜାତୀୟ ନାଟକ ଉତ୍ସବ । କଳାହାଣ୍ଡି ଜିଲ୍ଲାରେ ୪ଦିନ ଧରି ଚାଲିଥିବା ଜାତୀୟ ନାଟ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି । ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ପାଇଁ ଭବାନୀପାଟଣା ସ୍ମାରକୀ ନାଟ୍ୟ ସଂସ୍ଥା ପକ୍ଷରୁ କଳାହାଣ୍ଡି ଟାଉନ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ହୋଇଛି । ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ନାଟକ ପ୍ରଦର୍ଶିତ ହୋଇଥିଲା ।
ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଯୋଗ ଦେଇ ଜାତୀୟ ନାଟକ ଉତ୍ସବରେ ଯୋଗ ଦେବା ସହ ମଞ୍ଚସ୍ତ ନାଟକକୁ ଉପଭୋଗ କରିଥିଲେ । ୪ ଦିନ ଧରି ଚାଲିଥିବା ଜାତୀୟ ନାଟ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ କୋଲକାତାର ନାଟକ ଆତ୍ମଦାହ, ଦ୍ୱିତୀୟ ସନ୍ଧ୍ୟାରେ ଭୋପାଳର ରଙ୍ଗ ରସିଆ, ତୃତୀୟ ସନ୍ଧ୍ୟାରେ ଜବଲପୁର ଅଗରବତୀ ଓ ଉଦଯାପନୀ ସନ୍ଧ୍ୟାରେ ଗୌହାଟୀ କଳାକାରମାନଙ୍କ ଦ୍ୱାରା କାକିତ୍ୱେର ଦିନୋଲିପି ନାଟକ ମଞ୍ଚସ୍ତ ହୋଇଥିଲା । ଯାହାକୁ ୪ ଦିନ ଧରି ମନ ଭାରି ଉପଭୋଗ କରିଥିଲେ ଦର୍ଶକ ।
ଉଦଯାପନୀ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଛି ଗୌହାଟି କଳାକାର ମାନଙ୍କ ଦ୍ଵାରା ପ୍ରଦର୍ଶିତ ନାଟକ କାକିତ୍ୱେର ଦିନୋଲିପି । ଟଙ୍କା ମଣିଷକୁ ଅକ୍ସିଜେନ୍ ଦେଇ ପାରେନା । ନାଟକଟି ମହାଭାରତର ନାରୀମାନଙ୍କ ଭୂମିକା ଏବଂ କୃଷ୍ଣ ଜୀବନରେ ସେମାନଙ୍କ ପ୍ରଭାବକୁ ନେଇ ଘଟୁଥିବା ଏକ ଘଟଣା ଉପରେ ଆଧାରିତ ହୋଇଥିଲା ନାଟକ କାକିତ୍ୱେର ଦିନୋଲିପି । ସଙ୍କୁଚିତ ହେଉଥିବା ଏହି ମଞ୍ଚ ନାଟକ କଳାକୁ ଉଜ୍ଜୀବିତ କରିବା ଦିଗରେ ସ୍ମାରକୀ ନାଟ୍ୟ ସଂସ୍ଥାର ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ ।
ଇଟିଭି ଭାରତ, କଳାହାଣ୍ଡି