ଭବାନୀପାଟଣା: ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଉପରେ ଲାଗିଲା କୋଭିଡ କଟକଣା । ଆସନ୍ତା ଅକ୍ଟୋବର ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଛତର ଯାତ୍ରା । ଏନେଇ ଆସନ୍ତା ଅକ୍ଟୋବର ୨୨ ତାରିଖ ଠାରୁ ଭବାନୀପାଟଣା ସହରକୁ ପ୍ରବେଶ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। କୋଭିଡ କଟକଣା ପାଇଁ ଚଳିତ ବର୍ଷ ଛତର ଯାତ୍ରାରେ ଭକ୍ତଙ୍କ ସମାଗମ ଓ ଶୋଭାଯାତ୍ରା ବନ୍ଦ ରହିବା ।
ଏହାସହ ପୋଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେନାଖାଲରୁ ମାଁଙ୍କ ଛତର ନୀତିକାନ୍ତି ସହ ମାଣିକେଶ୍ବରୀଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ