ETV Bharat / state

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ

ଆଜି(ଗୁରୁବାର) କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କୁ ଲାଗି ହୋଇଛି ନବାନ୍ନ । କିନ୍ତୁ କୋରୋନା କଟକଣା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିବା ସହ ମା'ଙ୍କ ନିକଟରେ ଲାଗି ହୋଇଥିବା ନବାନ୍ନ ଭୋଗ ପାଇପାରି ନାହାଁନ୍ତି ।

Kalahandi
ନୂଆ ଖାଇଲେ କଳାହାଣ୍ଡି ଗଡ଼ଜାତବାସୀ
author img

By

Published : Aug 27, 2020, 8:15 PM IST

ଭବାନୀପାଟଣା: ଗଣପର୍ବ ନୂଆଁଖାଇ ଉତ୍ସବରେ ନୂଆ ଖାଇଲେ କଳାହାଣ୍ଡି ଗଡ଼ଜାତବାସୀ । ଏନେଇ ଆଜି(ଗୁରୁବାର) କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କୁ ଲାଗି ହୋଇଛି ନବାନ୍ନ । କିନ୍ତୁ କୋରୋନା କଟକଣା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିବା ସହ ମା'ଙ୍କ ନିକଟରେ ଲାଗି ହୋଇଥିବା ନବାନ୍ନ ଭୋଗ ପାଇପାରି ନାହାଁନ୍ତି ।

ନୂଆ ଖାଇଲେ କଳାହାଣ୍ଡି ଗଡ଼ଜାତବାସୀ

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ପାଳିତ ହେଇଛି ଗଣପର୍ବ ନୂଆଁଖାଇ । ଫଳରେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର ରାମପୁର ଓ ମା'ଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ଗୁରୁବାର ପାଳିତ ହୋଇଛି ଗଣପର୍ବ ନୂଆଁଖାଇ ।

ଏନେଇ ସକାଳ ୯ ଘଣ୍ଟା ୪୦ ମିନିଟରେ ବିଧିବିଧାନ ଅନୁଯାୟୀ, ମା'ଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ସର୍ବସାଧାରଣ ସକାଳ ୧୦ ଟାରୁ ମଧ୍ୟାହ୍ନ ୧୨ ଟା ୩୮ମିନିଟ ମଧ୍ୟରେ ନିଜନିଜ ଘରେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ସ୍ଥିର ହୋଇଥିଲା । ଲଗ୍ନ ଘୋଷଣା ପରେ ହିଁ ଚଳଚଞ୍ଚଳ ହୋଇ ଉଠିଥିଲା ଗଡ଼ଜାତ ଅଞ୍ଚଳ ।

ନୁଆଁଖାଇକୁ ନେଇ ଏବେ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ଖାଁଖାଁ ରହିଛି ମାଣିକେଶ୍ବରୀଙ୍କ ପୀଠ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.