ETV Bharat / state

ବିପୁଳ ପରିମାଣର ଗଞ୍ଜେଇ ଜବତ, 3 ଗିରଫ - ଗଞ୍ଜେଇ ଜବତ ଘଟଣାରେ ୩ ଗିରଫ

କଳାହାଣ୍ଡି ଜିଲ୍ଲା ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଧିକ ପଢ଼ନ୍ତୁ

ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଗିରଫ
ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଗିରଫ
author img

By

Published : Jun 1, 2022, 10:52 PM IST

ଭବାନୀପାଟଣା : କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ଗଞ୍ଜେଇ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ। ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ହେଲେ ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ପୋଲିସର ଚେକିଙ୍ଗ ବ୍ୟବସ୍ଥା ଢିଲା କାରଣରୁ ବେଫିକର ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି ।

ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା

ମଦନପୁର ରାମପୁର ଥାନା ଅନ୍ତର୍ଗତ ସିର୍କିହେଜୁ ଗାଁ ଦେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କଳାହାଣ୍ଡି ଏସପି ଅଭିଳାଷ ଜି ।

ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ସିର୍କିହେଜୁ ଗାଁ ଦେଇ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ କରିବା ସହ ୩ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ ଜବତ କରିଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟର ଭୂବନ ସାହୁ, କିରାଟ ଭୋଇ ଓ ନୂଆପଡ଼ା ଜିଲ୍ଲାର ଭକ୍ତ ବନ୍ଧୁ ତାଣ୍ଡି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.