ETV Bharat / state

ବ୍ୟବସାୟୀଙ୍କ ଉପରେ କୋରୋନା ମାଡ - ଲକଡାଉନ ପ୍ରଭାବ

ବ୍ୟବସାୟୀ ଉପରେ କୋରୋନା ମାଡ । ଲକଡାଉନ ଯୋଗୁଁ ସବୁ ବ୍ୟବସାୟ ବନ୍ଦ । ବ୍ୟବସାୟ ଉପରେ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢିଯାଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ବ୍ୟବସାୟୀ ।

ବ୍ୟବସାୟୀ ଉପରେ କୋରୋନା ମାଡ
ବ୍ୟବସାୟୀଙ୍କ ଉପରେ କୋରୋନା ମାଡ
author img

By

Published : May 15, 2020, 11:11 PM IST

କଳାହାଣ୍ଡି: ବ୍ୟବସାୟୀଙ୍କ ଉପରେ କୋରୋନା ମାଡ । ଲକଡାଉନ ଯୋଗୁଁ ସବୁ ବ୍ୟବସାୟ ବନ୍ଦ । ବ୍ୟବସାୟ ଉପରେ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢିଯାଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ବ୍ୟବସାୟୀ । ଜିଲ୍ଲାରେ ବ୍ୟବସାୟୀ ଗୁଡିକ ଲକଡାଉନ ପରେ ପୁଣି ପୂର୍ବାବସ୍ଥାକୁ ଫେରି ଆସିବେ କି ନାହିଁ ତାକୁ ନେଇ ଇଟିଭି ଭାରତର ଗ୍ରାଉଣ୍ଡ ରିଆଲିଟି ଚେକ ।

ବ୍ୟବସାୟ ଅଶୋକ ରାଉତଙ୍କ ଭବାନୀପାଟଣା ସହରରେ ରହିଛି ଏକ ଫ୍ୟାନ୍ସି ଦୋକାନ । ଦିନକୁ ଜଣକ ପିଛା ରୋଜଗାର କରୁଥିଲେ ୨୦୦ରୁ ୫୦୦ ଟଙ୍କା । ସେଥିରେ ଚାଲୁ ଥିଲା ସେମାନଙ୍କ ତେଲ ଲୁଣର ସଂସାର । ବର୍ତ୍ତମାନ କୋରୋନା କଟକଣା ପାଇଁ ଗ୍ରାହକ ଆସୁନାହାନ୍ତି । ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା ।

ବ୍ୟବସାୟୀଙ୍କ ଉପରେ କୋରୋନା ମାଡ

ସେହିପରି କପଡା ବ୍ୟବସାୟୀ କୈଳାସ ସାହୁ । କିଛି ଲୋକଙ୍କୁ ନିଜ ପାଖରେ ରଖି ବ୍ୟବସାୟ କରୁଥିଲେ । କିନ୍ତୁ ଏବେ ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ଯଦିଓ ୬ ଘଣ୍ଟା ପାଇଁ ଦୋକାନ ଖୋଲିଛି ହେଲେ ଗ୍ରାହକ ନଥିବାରୁ ମାଲିକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ହାତ ବାନ୍ଧି ବସିଛନ୍ତି । ମାଲିକ କେମିତି କର୍ମଚାରୀଙ୍କୁ ଦରମା ଦେବେ ସେନେଇ ବି ଚିନ୍ତାରେ । ଏମିତି ଅନେକ ବ୍ୟବସାୟୀ ଏବେ ଚିନ୍ତାରେ ।

ପ୍ରଥମେ ନୋଟବନ୍ଦୀ, ଜିଏସଟି ଓ ଅନଲାଇନ ମାର୍କେଟିଂ ଆଉ ଏବେ ଲକଡାଉନ । ସତେଯେମିତି ବ୍ୟବସାୟୀର ଅଣ୍ଟା ସଳଖିବା ଆଗରୁ ଏହି କୋରୋନା ମାଡରେ ଘାଇଲା ବ୍ୟବସାୟ ଓ ବ୍ୟବସାୟୀ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.