ଭବାନୀପାଟଣା : ଫଳକକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ବିଜ୍ଞପ୍ତି ପ୍ରକାଶନ ସହିତ ରାସ୍ତା ଓ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ୨୭୮.୦୭ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଗଲା ।
ଏପରିକି ଗତ ଗତ ନଭେମ୍ବର ମାସରେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ ମଧ୍ୟ କରାଗଲା । ଶିଳାନ୍ୟାସ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଗଲା । ହେଲେ ଯେଉଁ ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ହେବାର ଥିଲା ସେହି ଗାଁରେ ରାସ୍ତା ଓ ପୋଲ ନିର୍ମାଣ ନ ହୋଇ ଅନ୍ୟ ଏକ ସ୍ଥାନରେ ରାସ୍ତା ଓ ପୋଲ ନିର୍ମାଣ ହେଉଥିବା ଭଳି ଅଭିଯୋଗ ଏବେ ସାମ୍ନାକୁ ଆସିଛି ।
ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ଅର୍ନ୍ତଗତ ପୂର୍ତ୍ତ ବିଭାଗ ରାସ୍ତାରୁ ଉମେଜ ଗାଁକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ଓ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ତେବେ ଉମେଜ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ କରା ନ ଯାଇ ଅନ୍ୟ ଏକ ଗାଁ ତେନ୍ତୁଳିପଙ୍ଗାରେ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହାକୁ ଉମେଜ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହିତ ଗାଁ ପାଇଁ ଆସିଥିବା ପୋଲକୁ ଅନ୍ୟ ଏକ ଗାଁରେ କଦାପି କରାଇଦେବୁ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ।
ଏହବି ପଢନ୍ତୁ :ରାଜଧାନୀ କାନ୍ଥରେ ପୁରୁଣା କଳାକାରଙ୍କ ଛବି ଓ ସିନେମା: ସତେଜ ହେଉଛି ଅଭୁଲା ସ୍ମୃତି, ବିମୋହିତ ପଥଚାରୀ
ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଉମେଜ ଗାଁକୁ ଦୂରତା ୨ କିଲୋମିଟର ହୋଇଥିବାବେଳେ ଏଠାରେ ରାସ୍ତା ନିର୍ମାଣ ଓ ପୋଲ ନିର୍ମାଣର ଅତ୍ୟନ୍ତ ଆବଶ୍ୟକତା ରହିଛି । ଉମେଜ ଗାଁର ଚାରିପାଖରେ ରେତନଦୀ ଘେରି ରହିଥିବା ବେଳେ ବର୍ଷା ଦିନେ ଉମେଜ ଗ୍ରାମବାସୀଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଏ । ବର୍ଷାଦିନରେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଅଞ୍ଚଳବାସୀ ।
ଏପରିକି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ପାରି ହେବାକୁ ପଡେ ରେତ ନଦୀ। ସେପଟେ ଗ୍ରାମବାସୀ ସରକାରୀ ବିଜ୍ଞପ୍ତି ଓ ଟେଣ୍ଡର ଅନୁଯାୟୀ ପୂର୍ତ୍ତ ବିଭାଗ ରାସ୍ତାରୁ ଉମେଜ ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଗ୍ରାମବାସୀ ଆନ୍ଦୋଳନ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ