ETV Bharat / state

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଲୋକେ ହନ୍ତସନ୍ତ

କଳାହାଣ୍ଡିରେ ଜାରି ରହିଛି ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଧୋଇଗଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗାଁର ପୋଲ । ପଢନ୍ତୁ

author img

By

Published : Jul 14, 2022, 1:53 PM IST

କଳାହାଣ୍ଡିରେ ଲଗାଣ ବର୍ଷାରେ ଧୋଇଗଲା ପୋଲ, ଲୋକେ ହନ୍ତସନ୍ତ

ଭବାନୀପାଟଣା: ଲଗାଣ ବର୍ଷା କଳାହାଣ୍ଡି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ଯୋଗୁଁ ଅନେକ ଗାଁକୁ ଯୋଗାଯୋଗ ବ୍ୟାହତ ହୋଇଛି । ବିଭିନ୍ନ ସ୍ଥାନରେ ଘର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି । ଏହାରି ଭିତରେ ଆଜି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗାଁରେ ପ୍ରବଳ ବର୍ଷାରେ ଏକ ପୋଲ ଧୋଇଯାଇଥିବା ଦେଖିବାକୁ ମିଳିଛି । ପୋଲଟି ଠିକ୍ ଭାବରେ ନିର୍ମାଣ ହୋଇନଥିବାରୁ ଏହା ଧୋଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରେ ଲଗାଣ ବର୍ଷାରେ ଧୋଇଗଲା ପୋଲ

ବୋରିଆରୁ ଗୁର୍ଜିମୁଣ୍ଡା ଗାଁକୁ ସଂଯୋଗ କରୁଥିବା ରାସ୍ତାର ପଥର୍ଲା ଗାଁ ନିକଟରେ ଥିବା ଉରୁ ନାଳ ଠାରେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେଣୁ ସାଧାରଣ ଲୋକଙ୍କ ପାଇଁ ଏଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ହେଲେ ଅସ୍ଥାୟୀ ପୋଲର ନିମ୍ନମାନର କାମ ଯୋଗୁଁ ଏହା ଲଗାଣ ବର୍ଷାରେ ଧୋଇ ଯାଇଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ପଥର୍ଲା ଓ କୁଣ୍ଡାବନ୍ଧ ପଞ୍ଚାୟତ ଅନେକ ଗାଁକୁ ଯାତାୟତରେ ସମସ୍ୟା ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.