ETV Bharat / state

ଅଚାନକ ଗଳିପଡିଲା ବ୍ରିଜ, ତଳକୁ ଖସି ପଡ଼ିଲା କାର

ବ୍ରିଜ ଛାତ ଗଳିପଡିବାରୁ ଦୁର୍ଘଟଣା । ଅଚାନକ ଗଳିପଡିଲା ବ୍ରିଜ । ତଳକୁ ଖସି ପଡ଼ିଲା କାର । ୫ଜଣ ଗୁରୁତର । ଭବାନୀପାଟଣାରୁ ଥୁଆମୂଳ ରାମପୁର ଯିବା ରାସ୍ତା ସାଇଧାମ ନିକଟରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ

author img

By

Published : Oct 30, 2022, 6:46 PM IST

Updated : Oct 30, 2022, 7:39 PM IST

ଅଚାନକ ଗଳିପଡିଲା ବ୍ରିଜ, ତଳକୁ ଖସି ପଡ଼ିଲା କାର
ଅଚାନକ ଗଳିପଡିଲା ବ୍ରିଜ, ତଳକୁ ଖସି ପଡ଼ିଲା କାର

ଭବାନୀପାଟଣା: ଭବାନୀପାଟଣା ସାଇଧାମ ନିକଟରେ ଗଳି ପଡିଲା ବ୍ରିଜ । ବ୍ରିଜ ଛାତ ଗଳିପଡିବାରୁ ଦୁର୍ଘଟଣା । ବ୍ରିଜ ତଳକୁ ଖସିଗଲା ଦୁଇଟି କାର । ୫ଜଣ ଗୁରୁତର । ଭବାନୀପାଟଣାରୁ ଥୁଆମୂଳ ରାମପୁର ଯିବା ରାସ୍ତାରେ ସାଇଧାମ ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ ଥୁଆମୂଳ ରାମପୁର ରାସ୍ତାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଭବାନୀପାଟଣାରୁ ଥୁଆମୂଳ ରାମପୁର ଯିବା ରାସ୍ତାରେ ସାଇ ଧାମ ନିକଟ ବ୍ରିଜରୁ ମାଟି ଭୁଶୁଡ଼ି ପଡି ଅଚାନକ ଛାତ ତଳକୁ ଗଳି ପଡ଼ିଲା । ସେହି ସମୟରେ ବ୍ରିଜ ଉପରେ ଯାଉଥିବା ଦୁଇଟି କାର ହଠାତ୍ ବ୍ରିଜ ତଳକୁ ଗଳି ପଡିଥିଲା । ଯାହା ଫଳରେ ବ୍ରିଜ୍ ତଳେ ଦୁଇଟି କାର ପଡ଼ି ଯାଇଥିଲା ।

ଦୁଇଟି କାରରେ ଜଣେ ଛୋଟ ଛୁଆଙ୍କ ସମେତ ପାଞ୍ଚ ଜଣ ବସିଥିଲେ । କାର ଚାଳକ ସମେତ ଯାତ୍ରୀମାନେ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ବର୍ତ୍ତମାନ ଗଳି ପଡ଼ିଥିବା ଦୁଇଟି କାରକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ରାସ୍ତାରେ ସବୁବେଳେ ଯାତାୟାତ କରୁଥିବା ବେଳେ ବ୍ରିଜ ଗଳି ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ବ୍ରିଜଟି ଦୀର୍ଘ 75 ବର୍ଷ ତଳେ ନିର୍ମାଣ ହୋଇ ଥିବା ବେଳେ ଏହି ରାସ୍ତାରେ ପିଚୁ ପକାଇ କେବଳ ମାରାମତି କରାଯାଉଥିଲା । କିନ୍ତୁ ନୂତନ ବ୍ରିଜ ନିର୍ମାଣ କରା ଯାଇ ନଥିଲା । ଯାହା ଫଳରେ ଏଭଳି ଅଚାନକ ଗଳି ପଡ଼ିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରୁଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 30, 2022, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.