କଳାହାଣ୍ଡି: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ପଞ୍ଚାୟତର ପାଣ୍ଡରାପଲା ଠାରେ ଥିବା ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲରେ ଘାଇ । ହୁଡା ଭାଙ୍ଗି ଯିବା ଫଳରେ ପାଣି ମାଡି ଆସିଛି । କେନାଲ ସଂଲଗ୍ନ ଅନେକ ବିଲ ଜଳମଗ୍ନ । ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡି ଯିବା ଫଳରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ କେନାଲ ଭାଙ୍ଗି ଯିବାରୁ ତଳମୁଣ୍ଡକୁ ପାଣି ନଯିବା ପାଇଁ ଚୋର-ଖସିଗୁଡା ଠାରେ ଥିବା ସିଆର୍ ଗେଟକୁ ବନ୍ଦ କରି ଦିଆଯାଇଛି ଏବଂ ଦାସିଗାଁ ଏଚକେଏଫ୍ରେ ପାଣି ଛଡାଯାଇଛି ।
ଭାଙ୍ଗିଯାଇଥିବା କେନାଲର ଉପର ମୁଣ୍ଡରେ ମଧ୍ୟ ପାଣି ବନ୍ଦ କରି ଦିଆଯାଇଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଶାସନ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ତୁରନ୍ତ କେନାଲ ମରାମତି ପାଇଁ ଦାବି ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ