ଭବାନୀପାଟଣା: କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଅଭାବନୀୟ ଘଟଣା। ଏକ ତରଫା ପ୍ରେମକୁ ନେଇ ପ୍ରେମିକର ହିଂସାକାଣ୍ଡ। ଯୁବତୀର ଗଳା କାଟି ଦେଇଥିବା ବେଳେ ଆକ୍ରମଣରେ ଯୁବତୀର ମା' ମୃତ। ଗୁରୁତର ଯୁବତୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି।
ମୃତକ ୫୫ ବର୍ଷିୟା ସିନ୍ଧୁ ବାଗ ହସ୍ପିଟାଲରେ ମୃତ ଘୋଷଣା। ଯୁବତୀ ରଞ୍ଜିତା ବାଗ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶଥାଉକି, ଯୁବତୀ ଓ ମା ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଅଭିଯୁକ୍ତ ତିଲକର ନାଏକ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ମଧ୍ୟ ସେହି ଗାଁର । ପ୍ରାଥମିକ ତଦନ୍ତରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ