ETV Bharat / state

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ରକ୍ତ ଅଭାବରୁ ଯେମିତି କାହାର ମୃତ୍ୟୁ ନ ହେଉ ଏହି ସଚେତନତା ବାର୍ତ୍ତା ନେଇ ଆୟୋଜିତ ହୋଇଛି ଏହି ଶିବିର । ଅଧିକ ପଢନ୍ତୁ...

author img

By

Published : Apr 4, 2020, 9:50 PM IST

blood donation camp organised by kalahandi police
କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି: ରକ୍ତ ଅଭାବରୁ ଯେମିତି କାହାର ମୃତ୍ୟୁ ନ ହେଉ ଏହି ସଚେତନତା ବାର୍ତ୍ତା ନେଇ କଳାହାଣ୍ଡି ପୋଲିସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି ।

ଏହି କ୍ରମରେ କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହନ୍ତ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ।

କାଳିକୃଷ୍ଣ ସଂଘ, ଅଖିଳ ଭାରତୀୟ ମାରବାଡ଼ି ଯୁବାମଞ୍ଚର ମିଳିତ ସହଯୋଗରେ ଯୁବଗୋଷ୍ଠୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଆୟୋଜିତ ଶିବିରରେ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ, ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି, ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା, ଏଏସଆଇ ଜନ୍ମେଜୟ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପରେ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.