ETV Bharat / state

ବିଜେଡି ଗଡ଼ରେ ଫୁଟିଲା ପଦ୍ମ, କଳାହାଣ୍ଡିରେ ବିଜୟ ଉତ୍ସବ ପାଳିଲା ବିଜେପି

କଳାହାଣ୍ଡି ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦଖଲ କରିବାରେ ସଫଳ ହୋଇଛି ବିଜେପି । ଦୀର୍ଘଦିନ ଧରି ଜୁନାଗଡ଼ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡିର କବଜାରେ ରହିଥିବା ବେଳେ ଚଳିତ ପୌର ଫଳାଫଳା ପରେ ବିଜେଡି ଭାଙ୍ଗିବାରେ ବିଜେପି ସଫଳ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Mar 27, 2022, 8:34 AM IST

କଳାହାଣ୍ଡି ଗଡ଼ ଦଖଲ କରି ବିଜେପିର ବିଜୟ ଯାତ୍ରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦଖଲ କରିବାରେ ସଫଳ ହୋଇଛି ବିଜେପି । ଦୀର୍ଘଦିନ ଧରି ଜୁନାଗଡ଼ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡିର କବଜାରେ ରହିଥିବା ବେଳେ ଚଳିତ ପୌର ଫଳାଫଳ ପରେ ବିଜେଡି ଭାଙ୍ଗିବାରେ ବିଜେପି ସଫଳ ହୋଇଛି ।

ବିଜେଡି ଗଡ଼ରେ ଫୁଟିଲା ପଦ୍ମ

ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟ ହୋଇଥିବା ବେଳେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଆଉ ବିଜୟ ଘୋଷଣା ପରେ ବିଜେପି ଶିବିରରେ ବିଜୟ ଉତ୍ସବ ଦେଖିବାକୁ ମିଳିଛି ।

ଧର୍ମଗଡ଼ରେ ଅଶୋକ ମହାନ୍ତି ଓ ଜୁନାଗଡ଼ରେ ମୁକେଶ ଅଗ୍ରୱାଲ ନିଜ ସମର୍ଥକଙ୍କ ମତଦାନକୁ ସମ୍ମାନ ଜଣାଇବା ପାଇଁ ବିଜୟ ଶୋଭାଯାତ୍ରାରେ ସହର ପରିକ୍ରମା କରିବାସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇ ବିଜୟ ଉତ୍ସବ ପାଳିଥିଲେ ବିଜେପି କର୍ମୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.