ଭାବାନୀପାଟଣା: କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଟ୍ବିଟ୍ ଏବେ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଓଡ଼ିଶାକୁ ଏପରି ତୁଳନା କରିବା ନିନ୍ଦନୀୟ ବୋଲି ନେତାଠୁ ଜନତା ସମସ୍ତେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣାକୁ ନେଇ ପ୍ରୋଗ୍ରେସିଭ ୟୁଥ୍ ଅଫ କଳାହାଣ୍ଡି ସଂଗଠନ ତରଫରୁ ଭବାନୀପାଟଣା ଗାନ୍ଧୀ ଛକଠାରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ସୋସିଆଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏଥି ପ୍ରତି ସର୍ବସାଧାରଣରେ ବୈଜନ୍ତ ପଣ୍ଡା କ୍ଷମା ମାଗନ୍ତୁ ବୋଲି ପ୍ରୋଗ୍ରେସିଭ ୟୁଥ୍ ଅଫ କଳାହାଣ୍ଡି ପକ୍ଷରୁ ଦାବୀ କରାଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ