ETV Bharat / state

ଏକଚାଟିଆ ଭାବେ ବ୍ଲକକୁ ଚଲାଉଛନ୍ତି ବିଡିଓ ମ୍ୟାଡମ: ପ୍ରଦୀପ୍ତ ନାଏକ - ବ୍ଲକ୍ ଚେୟାରମ୍ୟାନଙ୍କୁ ବିଡିଓଙ୍କ ଅଶାଳୀନ ବ୍ୟବହାର

ଭବାନୀପାଟଣା ବ୍ଲକ୍ ଚେୟାରମ୍ୟାନଙ୍କୁ ବିଡିଓଙ୍କ ଅଶାଳୀନ ବ୍ୟବହାର ଘଟଣା । ବିଡିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । ଅଧିକ ପଢ଼ନ୍ତୁ

ଭବାନୀପାଟଣା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଦୀପ୍ତ

author img

By

Published : Jul 31, 2023, 10:06 PM IST

ଭବାନୀପାଟଣା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଦୀପ୍ତ

ଭୁବନେଶ୍ବର/ଭବାନୀପାଟଣା: ଭବାନୀପାଟଣା ବ୍ଲକ୍ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । ଭବାନୀପାଟଣାରେ ବିଧାୟକ, ବ୍ଲକ ଅଧ୍ୟକ୍ଷ ଏବଂ ତାଙ୍କ ସମର୍ଥକଙ୍କୁ ବିଡିଓ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣିଲେ ପ୍ରଦୀପ୍ତ । ଏପରିକି ଚପଲରେ ପିଟିବାକୁ ମଧ୍ୟ ବିଡିଓ ମ୍ୟାଡାମ୍ ଧମକାଇ ଥିଲେ ବୋଲି କହିଛନ୍ତି ପ୍ରଦିପ୍ତ । କହିଲେ ପଲିଟିକାଲ ମ୍ୟାନେଜମେଣ୍ଟ ଅନୁସାରେ ମୋତେ କାମ କରିବାକୁ ହେବ । ହେଲେ ଗଣତନ୍ତ୍ର ନଥିବା ଭଳି ମନେ ହେଉଛି ବୋଲି ସେ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦିପ୍ତ କହିଛନ୍ତି, "ପଲିଟିକାଲ ମ୍ୟାନେଜମେଣ୍ଟ ଅନୁସାରେ ମୋତେ କାମ କରିବାକୁ ହେବ । ବ୍ଲକ ଅଧ୍ୟକ୍ଷ ଏବଂ ବିଧାୟକଙ୍କୁ ବିଡିଓ ବେଖାତିର କରୁଛନ୍ତି । ଆଉ ଗଣତନ୍ତ୍ର ନାହିଁ । ବ୍ଲକ ପ୍ରଶାସନିକ ଅଧିକାରୀ କାହା ବଳରେ ବଳିୟାନ ହୋଇଛନ୍ତି । ଏକଚାଟିଆ ଭାବେ ବ୍ଲକକୁ ଚଳାଉଛନ୍ତି ବିଡିଓ ମ୍ୟାଡମ । ଚେୟାରମ୍ୟାନଙ୍କୁ ଗୁରୁତ୍ଵ ଦେଉନାହାନ୍ତି । ମୁଁ ଥିଲାବେଳେ ମଧ୍ୟ ଏପରି ବ୍ୟବହାର କରୁଛନ୍ତି ବିଡିଓ ।" ଆଜି ଏମାନେ କାହା ବଳରେ ବଳିୟାନ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ଲକ ଅଧ୍ୟକ୍ଷଙ୍କ ଅଭିଯୋଗ, BDO କହିଲେ ଚପଲରେ ପିଟିବେ !

ଏହା ସହିତ 5T ସଚିବଙ୍କ ଗସ୍ତକୁ ନେଇ ମଧ୍ୟ ପ୍ରେସ୍‌ମିଟ୍‌ରେ ସମାଲୋଚନା କରିଛନ୍ତି ବିଧାୟକ ପ୍ରଦୀପ୍ତ ନାଏକ । ସେ କହିଛନ୍ତି, "ଜଣେ ସଚିବ ଯାଇ ଭବନୀପାଟଣାରେ ଲୋକଙ୍କୁ ପଚାରୁଛନ୍ତି କେତେ ଟଙ୍କା ଦେଲେ ହେବ ଆଉ କେତେ ଦିନରେ ହେବ । ରାଜ୍ୟରେ ଆଉ ଗଣତନ୍ତ୍ର ନାହିଁ । ମୋ ନିର୍ବାଚନୀମଣ୍ଡଳୀରେ ଅନ୍ୟ ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଯାଇ କାମ କରୁଛନ୍ତି । 5T କାମରେ ପ୍ରବଳ ଦୁର୍ନୀତି ହୋଇଛି । କେବଳ ବିଜେଡିର କର୍ମୀମାନେ କାମ କରିବେ । ନିର୍ବାଚିତ ବିଧାୟକ କୌଣସି କାମ କରିପାରିବେ ନାହିଁ । ନବୀନ ବାବୁ ନିଜେ ବୁଝୁ ନାହାନ୍ତି । ତେଣୁ ଆମେ ସାଧାରଣ ଲୋକମାନଙ୍କୁ ଅବଗତ କରୁଛୁ ବିଜେଡି କଣ କରୁଛି ।"

ସୂଚନାଯୋଗ୍ୟ, ଗତ ଶନିବାର ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରାଯାଇଥିଲା । ସେହି ବୈଠକରେ ଦୀର୍ଘ ୨୭ ମାସ ପରେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, ଡ଼ୁମୁରିଆ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତି ବିଡିଓ ଅଶାଳୀନ ବ୍ୟବହାର କରିବା ସହ ଚପଲରେ ପିଟିବେ ବୋଲି କହିଥିବା ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଥିଲେ । ଆଜି ଏନେଇ ଭବାନୀପାଟଣା ସଦର ବିଧାୟକ ସାମ୍ବାଦିକ ସମ୍ମିଳନୀରେ ବିଡିଓ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର/କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.