ଭବାନୀପାଟଣା: ମମିତା ମେହେର ମୃତ୍ୟୁକୁ ନେଇ ଆଜି(ରବିବାର) କଳାହାଣ୍ଡି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମମିତା ମେହେରଙ୍କ ହତ୍ୟାକାଣ୍ଡ ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରାଯାଇଛି ।
ଭବାନୀପାଟଣା ଗାନ୍ଧୀଛକ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ମାଣିକେଶ୍ୱରୀଙ୍କ ମନ୍ଦିର ଠାରେ ମମିତାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଦୀପ ଦାନ କରିଥିଲେ। ଯଥାଶୀଘ୍ର ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ