ETV Bharat / state

କଳାହାଣ୍ଡିରେ ବିଜେଡିର କର୍ମୀ ସମ୍ମିଳନୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ - BJD workers' conference

କଳାହାଣ୍ଡିରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ । ସମ୍ମିଳନୀରେ ସ୍ବାସ୍ଥ୍ଯ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକ ଯୋଗଦେଇ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ବିଜେଡିର କର୍ମୀ ସମ୍ମିଳନୀ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ

author img

By

Published : Feb 10, 2021, 9:06 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭୂର୍ଷାଗୁଡା ଠାରେ ବିଜେଡ଼ିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଏହି ସମ୍ମିଳନୀର ଅଧକ୍ଷତା କରିଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟା ବାବଦରେ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା କରାଯାଇଛି ।

କଳାହାଣ୍ଡିରେ ବିଜେଡିର କର୍ମୀ ସମ୍ମିଳନୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ

ସେହିପରି ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଥିବବେଳେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ନର୍ଲା ବିଧାୟକ ଭୁପିନ୍ଦର ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଯୋଗଦେଇ ପ୍ରଥମେ କୋକସରା ବ୍ଲକରେ ପହଞ୍ଚି କୋକସରା ହସ୍ପିଟାଲ ପରିଦର୍ଶନ କରି ଭିତ୍ତିଭୂମିର ସମୀକ୍ଷା କରିଥିଲେ । ପରେ ଜିଲ୍ଲାସ୍ଥରରେ ବିଜେଡ଼ି ସଙ୍ଗଠନ ସୁଦୃଢ ପାଇଁ ପ୍ରତି ୱାର୍ଡ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଜୋନସ୍ତରରେ ରଣନୀତି ପ୍ରସ୍ତୁତ କରାଯିବା ସହ ଅଞ୍ଚଳର ବିକାଶ କେତେଦୂର ହୋଇଛି ଏବଂ ସମସ୍ୟା ବାବଦରେ ସିଧାସଳଖ କର୍ମୀଙ୍କ ସହ ଆଲୋଚନା କରିଥିଲେ l

ତେବେ ପ୍ରତି ପଞ୍ଚାୟତସ୍ତରରେ ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ଉଭୟ ମନ୍ତ୍ରୀ ଓ ବିଧାୟକ l ଏହି କାର୍ଯ୍ୟକ୍ରମରେ ନବ ଦାସଙ୍କ ସମେତ ମୁଖ୍ୟ ଅତିଥି ଭାବେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ମୌଷଧି ବାଗ ନର୍ଲା ଏବଂ ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ଅଞ୍ଚଳର ବହୁ ନେତା ଓ କର୍ମୀ ଯୋଗଦେଇ ନିଜର ମତ ପ୍ରକାଶ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.