ETV Bharat / state

ନବୀନଙ୍କ ନିର୍ବାଚନୀ ହମଲା, ଦ୍ବିତୀୟ ଥର ପାଇଁ ରାଜଧାନୀ ବାହାରେ ରାତ୍ରିଯାପନ

ଦକ୍ଷିଣ ଓଡିଶାରେ ପ୍ରଚାର କାର୍ଯ୍ୟ ଶେଷ କରି ଆଜି ପଶ୍ଚିମ ଓଡିଶା ଅଭିମୁଖେ ନବୀନ । ନୂଆପଡା ଓ କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ମାରାଥନ ନିର୍ବାଚନୀ ପ୍ରଚାର । ଏହାସହ ଭବାନୀପାଟଣାରେ ରାତ୍ରୀରହଣି ପାଇଁ ବ୍ୟବସ୍ଥା କରାଯାଇଛି ।

author img

By

Published : Apr 8, 2019, 12:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

କଳାହାଣ୍ଡି: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋ ନବୀନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ଦକ୍ଷିଣ ଓଡିଶା ଶେଷ କରି ଆଜି ପଶ୍ଚିମ ଓଡିଶା ଅଭିମୁଖେ ନବୀନ । ନୂଆପଡା ଓ କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ନୂଆପଡାରେ ମଧ୍ୟାହ୍ନ 1.30ରେ ପହଞ୍ଚିବେ । ଏହାପରେ ତରବୋଡ ଅଭିମୁଖେ ବାହାରିବେ । ପରେ ମୁଖ୍ୟମନ୍ତ୍ରୀଙ୍କ ଖରିଆର ଯିବାର କାର୍ଯ୍ୟକ୍ରମ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ସେଠାରୁ ହାଇଟେକ ପ୍ରଚାର ବସରେ ବିଜେଡିର ଶତାଧିକ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋରେ ବାହାରିବେ । ସେଠାରୁ ସିନାପାଲି, ଗୋଲାମୁଣ୍ଡା , ଧର୍ମଗଡ, ଜୁନାଗଡ ଭବାନୀପାଟଣା ଟାଉନରେ ତାଙ୍କ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ଆଜି ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ରାତ୍ରୀରହଣି କରିବେ ବିଜେଡି ମୁଖିଆ । ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି । ପରେ ଜିଲ୍ଲାର ଜୟପାଟଣା ଓ ନର୍ଲା ନିର୍ବାଚନୀ ମଣ୍ଡଳୀରେ ତାଙ୍କର ସାଧାରଣ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ: ଲୋକ ସମର୍ଥନ ମୋର ପୁ଼ଞ୍ଜି: ଭୂପିନ୍ଦର ସିଂହ

ତେବେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣାରେ ରାତ୍ରୀରହଣି ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନବୀନ ପ୍ରଥମ ଥର ଗତବର୍ଷ ବିଜେପୁର ଉପନିର୍ବାଚନ ସମୟରେ ସେଠାରେ ରାତ୍ରିଯାପନ କରିଥିଲେ । ସେହି ଘଟଣାର ପୁରରାବୃତ୍ତି ଆଜି ହେବାକୁ ଯାଉଛି । ଏହାସହ ନବୀନଙ୍କ ଭୋଜନ ଓ ଚଳଣିକୁ ନେଇ ଚାଲିଛି ଚର୍ଚ୍ଚା ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.