ETV Bharat / state

ମୟୂରଭଞ୍ଜରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, SCBରେ ପୀଡିତା

ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ପୀଡ଼ିତାଙ୍କ ଚିକିତ୍ସା କଟକରେ ଚାଲିଥିବା ବେଳେ, ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

MAYURBHANJ RAPE
MAYURBHANJ RAPE (ETV Bharat Odisha)

ରାଇରଙ୍ଗପୁର: ପୁଣି ଲଜ୍ଜା । ମୟୂରଭଞ୍ଜ ଜିଲ୍ଲାରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମୋରଡା ଥାନା ପୋଲିସ । ସେପଟେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ଭର୍ତ୍ତି କରାଯାଇଛି । ଗତକାଲି ମୂମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ମୋରଡାରେ ଲଜ୍ଜା:

ମୋରଡା ଥାନା
ମୋରଡା ଥାନା (ETV Bharat Odisha)

ଗତକାଲି(ବୁଧବାର) ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ନାବାଳିକା ମୂମୂର୍ଷ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ନାବାଳିକାକୁ ଉଦ୍ଧାର କରି ପ୍ରଥମେ ବାରମାଇଲ ସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ହାମ୍ବିରା ମୁର୍ମୁ ଏହି ଘଟଣା ବାବଦରେ ମୋରୋଡା ଥାନା ପୋଲିସକୁ ଖବର ଦେଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ ଜଣକୁ ଅଟକ ରଖି ପଚାରଉଚରା କରିଥିବାର ଜଣାପଡିଛି ।

ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ:

ତେବେ ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲା । ପରେ ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଗୁରୁତର ହେବାରୁ ନାବାଳିକାଙ୍କୁ ଆଜି କଟକ ସ୍ଥିତ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ମୋରଡା ଥାନା
ମୋରଡା ଥାନା (ETV Bharat Odisha)

ମାମଲା ରୁଜ୍ଜୁ, ଜଣେ ଅଟକ:

ତେବେ ଏହି ଦୁଷ୍କର୍ମ ଘଟଣାରେ ମୋରଡା ପୋଲିସ ୨୮୮/୨୪ରେ ଏକ ମାମଲା ରୁଜୁ କରିଛି । ଜଣକୁ ଅଟକ ରଖି ପଚରାଉଚରା କରୁଛି । ଏ ସମ୍ପର୍କରେ ସୂଚନା ଦେଇଛି ପୋଲିସ । ତେବେ ପୀଡିତା ସୁସ୍ଥ ହେବା ପରେ ସବିଶେଷ ସୂଚନା ମିଳିପାରିବ ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପୀଡ଼ିତା ଏମ୍ସରୁ ଡିସଚାର୍ଜ, ଦିଲ୍ଲୀ ଯିବେ ପରିବାର

ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - GANGRAPE ALLEGATIONGAN

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ! ମୋହନ ସରକାରକୁ ଘେରିଲା ବିଜେଡି

ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି । ଦୋଷୀକୁ ଦଣ୍ଡ ଦେବାକୁ ଦାବି ଉଠୁଛି । ନିକଟରେ ଓଡ଼ିଆ ଝିଅକୁ ନୂଆଦିଲ୍ଲୀରେ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାର ତଦନ୍ତ ନିଜେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.