ETV Bharat / state

ଦାଦନ ଶ୍ରମିକ ଚାଲାଣ ବେଳେ ଅଟକାଇଲା ପୋଲିସ, ଡ୍ରାଇଭର ଅଟକ - police detained migrant labour-broker

କୋରୋନା କାଳରେ ବି ସକ୍ରିୟ ଅଛନ୍ତି ଦାଦନ ସର୍ଦ୍ଦାର । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସାନକର୍ଲାକୋଟ ଗାଁରେ । ଅଧିକ ପଢନ୍ତୁ...

Bhawanipatna: police detained migrant labour-broker
ଦାଦନ ଶ୍ରମିକ ଚାଲାଣ ବେଳେ ଅଟକାଇଲା ପୋଲିସ, ଡ୍ରାଇଭର ଅଟକ
author img

By

Published : May 2, 2021, 7:07 PM IST

ଭବାନୀପାଟଣା: କୋରୋନା କାଳରେ ବି ସକ୍ରିୟ ଅଛନ୍ତି ଦାଦନ ସର୍ଦ୍ଦାର । ଆଜି(ରବିବାର) ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସାନକର୍ଲାକୋଟ ଗାଁରେ ।

ଦାଦନ ଶ୍ରମିକ ଚାଲାଣ ବେଳେ ଅଟକାଇଲା ପୋଲିସ, ଡ୍ରାଇଭର ଅଟକ

ଟଙ୍କାର ପ୍ରଲୋଭନ ଦେଖାଇ ୭୫ ଜଣ ଶ୍ରମିକଙ୍କୁ ତାମିଲନାଡୁ ନେଇ ଯାଉଥିବା ଏକ ବସକୁ ଅଟକ ରଖିଛି ପୋଲିସ । ଗାଁରୁ ସର୍ଦ୍ଦାରଙ୍କ ଦ୍ଵାରା ଚାଲାଣ ହେଉଥିବା ସମୟରେ ଖବର ପାଇ ଜୟପାଟଣା ପୋଲିସ ଚଢ଼ାଉ କରି ୭୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ତାମିଲନାଡୁରୁ ଆସିଥିବା ଏକ ଯାତ୍ରୀବାହୀ ବସ ସମେତ ଦୁଇ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ପୋଲିସ ।

ସୁଚନା ଅନୁଯାୟୀ, ଏହି ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାମିଲନାଡୁର ତ୍ରିପୁରାକୁ ଚାଲାଣ କରାଯାଉଥିଲା । ତେବେ କୋଭିଡ ସଂକ୍ରମଣ ପାଇଁ ପ୍ରବାସୀ ଶ୍ରମିକ ଘରମୁହାଁ ହେଉଥିବା ବେଳେ ଏହି ଶ୍ରମିକଙ୍କୁ ଚାଲାଣ କରୁଥିବା ପଛରେ ଏକ ରାକେଟ ସକ୍ରିୟ ଥିବା ସ୍ପଷ୍ଟ ବାରି ହେଉଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.