ETV Bharat / state

ଘରଡିହ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By

Published : Nov 2, 2022, 2:17 PM IST

ଘରଡିହ ପ୍ରଦାନ ଦାବିରେ ଗର୍ଜିଲେ ଭବାନୀପାଟଣା ପୌର ପରିଷଦବାସୀ । ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭୂମିହୀନ । ଅଧିକ ପଢନ୍ତୁ

ଘରଡିହ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଘରଡିହ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୨୦ ଟି ୱାର୍ଡ ବିଶିଷ୍ଟ ଭବାନୀପାଟଣା ପୌର ପରିଷଦରେ ବିଗତ ଦିନରେ ଭୂମିହୀନ ନାଁରେ ଅନେକ ବଡ଼ବଡ଼ିଆଙ୍କୁ ଘରଡିହ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପ୍ରକୃତ ହିତାଧିକାରୀ ସରକାରଙ୍କ ଏହି ଯୋଜନାରୁ ବାଦ ପଡିଛନ୍ତି । ଯାହାକୁ ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭୂମିହୀନ।

ଏହା ମଧ୍ୟ ପଢନ୍ତୁ: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସରକାର ଜାଗା ମିଶନ ମାଧ୍ୟମରେ ଗରିବ ଭୂମିହୀନମାନଙ୍କୁ ଘରଡିହ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କାଘର ବଣ୍ଟନ କରୁଛନ୍ତି । ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଥିବା ଲୋକଙ୍କୁ ଉଚ୍ଛେଦ କରି ସରକାର ସେମାନଙ୍କ ଜାଗା ମିଶନ ମାଧ୍ୟମରେ ଘରଡିହ ପ୍ରଦାନ କରିଥିଲେ । ହେଲେ ସରକାରଙ୍କ ଏହି ଯୋଜନାରୁ ବାଦ ପଡିଯାଇଥିଲେ ପ୍ରକୃତ ହିତାଧିକାରୀ । ଘରଡିହ ଖଣ୍ଡେ ନଥିବା କାରଣରୁ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇ ପାରୁନାହାନ୍ତି ।

ଏନେଇ ଯଥାଶୀଘ୍ର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଭୂମିହୀନମାନଙ୍କୁ ଜାଗା ମିଶନରେ ସାମିଲ କରି ଘରଡିହ ପଟ୍ଟା ପ୍ରଦାନ ସହ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏହି ଦାବି ପୂରଣ ନହେଲେ ଆସନ୍ତା ଦିନରେ ଭୂମିହୀନମାନେ ସତ୍ୟାଗ୍ରହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ଏନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି,"ରାଜ୍ୟ ସରକାର ନିର୍ବାଚନ ସମୟରେ ଗରିବମାନଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ । ପୌର ପରିଷଦରେ ରହିଥିବା ଲୋକଙ୍କୁ ଜାଗା ଦେବାପାଇଁ ସରକାରଙ୍କ ତରଫରୁ ସର୍ଭେ ମଧ୍ୟ କରାଯାଇଥିଲା । ତାହା କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ ଦିଆନଯାଇ ଚାକିରିଆଙ୍କୁ ଦିଆଗଲା । ପ୍ରଧାନମନ୍ତ୍ରୀ କହିଥିଲେ ୨୦୨୪ ସୁଦ୍ଧା ସମସ୍ତେ ଘର ପାଇପାରିବେ । କିନ୍ତୁ ସମ୍ବଳଥିବା ଲୋକଙ୍କୁ ତାହା ପ୍ରଦାନ କରାଯାଇଛି । ଆମେ ଏହାକୁ ବିରୋଧକରି ଆମେ ରାଜରାସ୍ତାକୁ ଓହ୍ଲାଇଛୁ । ସରକାର ପୁଣିଥରେ ସର୍ଭେକରି କଳାହାଣ୍ଡିରେ ଜନ୍ମିତ ଲୋକଙ୍କୁ ଜାଗା ଦେବାପାଇଁ ଆମେ ଦାବି କରୁଛୁ । ଆମର ଦାବି ପୂରଣ ନହେଲା ଯାଏଁ ଆମେ ଧାରଣାରେ ବସିବୁ । ଆମର ଅଧିକାର ଧରି ଆମେ ଧାରଣାରୁ ଉଠିବୁ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.