ଭବାନୀପାଟଣା: ଘଟଣାର ୫ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଘଟଣାର ଦୁଷ୍କର୍ମକାରୀକୁ ୧୦ବର୍ଷର ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ୨୦୧୮ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗତ ୨୦୧୮ ଫେବୃଆରୀ ୧୮ ତାରିଖ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ୧୧ ବର୍ଷୀୟା ନାବାଳିକା ନଳକୂପକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କୁ ଏକୁଟିଆ ଦେଖି ସେହି ଗାଁର ଚକ୍ରଧର ନାଗ ଓରଫ ହୃଦା ନାବାଳିକାକୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜୋରଜବରଦସ୍ତ ନେଇ ଦୁଷ୍କର୍ମ କରିଥିଲା । ଏହାପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ଏହାପରେ ପୀଡ଼ିତା ଗୁରୁତର ହୋଇଥିବା ବେଳେ ଏ ନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ପକ୍ଷରୁ ନାବାଳିକା ପୀଡ଼ିତାଙ୍କୁ ପ୍ରଥମେ ଚିକିତ୍ସା ଲାଗି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା ।
ହେଲେ ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ନାବାଳିକାକୁ ରାୟଗଡା ଜିଲ୍ଲା ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାୟ ୧ସପ୍ତାହରୁ ଊର୍ଦ୍ଧ୍ବ ସମୟ ରଖି ଚିକିତ୍ସା କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗୋଳାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନଂ. ୨୯ ତାରିଖ ୧୮.୦୨. ୨୦୧୮ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଉଲ୍ଲାସ ମାଝୀ ତଦନ୍ତ କରି ଫେରାର ଅଭିଯୁକ୍ତକୁ ଗିରଫ କରିବା ସଭ ପଚାରଉଚରା ପରେ ଅଭିଯୁକ୍ତ ଚକ୍ରଧରକୁ କୋର୍ଟ ଚାଲାଣ କରିଥିଲା ଗୋଳାମୁଣ୍ଡା ପୋଲିସ ।
ଏହା ବି ପଢନ୍ତୁ- ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଛାତ୍ରଙ୍କୁ ହତ୍ୟା, 4 ଗିରଫ
ପୂର୍ବରୁ ମଧ୍ୟ ଅଭିଯୁକ୍ତ ଚକ୍ରଧର ପୀଡ଼ିତା ନାବାଳିକାକୁ ଅସଦାଚରଣ କରି ଆସୁଥିଲା । ହେଲେ ଭୟରେ କାହାକୁ କହିପାରି ନଥିଲେ ପୀଡିତା ନାବାଳିକା । କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲା ଅଭିଯୁକ୍ତ । ପରେ ଦୁଷ୍କର୍ମ ମାମଲା କୋର୍ଟରେ ଦୀର୍ଘ ୫ ବର୍ଷ ଧରି ଚାଲିବା ପରେ ଶେଷରେ ନାବାଳିକାଙ୍କୁ ନ୍ୟାୟ ମିଳିଛି । ଅତିରିକ୍ତ ଜିଲ୍ଲା ଦୌରାଜଜ ଯଦୁମଣି ମିଶ୍ର ୨୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଦୁଷ୍କର୍ମ ଅଭିଯୁକ୍ତ ଚକ୍ରଧର ନାଗଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କ୍ଷତିପୂରଣ ବାବଦକୁ ପୀଡ଼ିତା ନାବାଳିକାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପରିଚାଳନା କରୁଥିଲେ ସରକାରୀ ଓକିଲ ଭବାନୀ ଶଙ୍କର ମିଶ୍ର ।
ଇଟିଭି ଭାରତ, କଳାହାଣ୍ଡି