ETV Bharat / state

ଭବାନୀପାଟଣା ପୌରପରିଷଦ ପାଳିଲା ସ୍ବାୟତ୍ତ ଶାସନ ଦିବସ

ଭବାନୀପାଟଣା ପୌରପରିଷଦ ପକ୍ଷରୁ ପାଳିତ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ପୌର ପରିଷଦ ପକ୍ଷରୁ ବେଶ ଆଡମ୍ବରରେ ପାଳିତ ହୋଇଛି ସ୍ବାୟତ୍ତ ଶାସନ ଦିବସ । ଅଧିକ ପଢ଼ନ୍ତୁ

ଭବାନୀପାଟଣା ପୌରପରିଷଦ ପାଳୁଛି ସ୍ବାୟତ୍ତ ଶାସନ ଦିବସ

author img

By

Published : Sep 1, 2022, 9:40 AM IST

ଭବାନୀପାଟଣା: ଭବାନୀପାଟଣା ପୌର ପରିଷଦରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌର ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜଳସମ୍ପଦ ଓ ବାଣିଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ ।

ଭବାନୀପାଟଣା ପୌରପରିଷଦ ପାଳୁଛି ସ୍ବାୟତ୍ତ ଶାସନ ଦିବସ

କାର୍ଯ୍ୟକ୍ରମରେ ପୌର କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ଅନେକ ପୂର୍ବତନ ପୌର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ଚଳିତ ବର୍ଷ ସ୍ବାୟତ୍ତ ଶାସନ ଦିବସକୁ ନେଇ ନବନିର୍ବାଚିତ କାଉନସିଲର ମାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାର ଉତ୍ସାହ ଦେଖା ଦେଇଥିଲା ।

ବୀର ବାଦ୍ୟ ଘୁମୁରାର ତାଳେ ତାଳେ ନାଚି ଉଠିଥିଲେ ସଭିଏଁ । ଏହାସହ ଏହି ଦିବସରେ ସହରକୁ ସ୍ୱଚ୍ଛ ପରିମଳ ଓ ଆମ ସହର ସବୁଜ ସହର ନିର୍ମାଣରେ ସମସ୍ତେ ଭାଗିଦାରୀ ହେବାକୁ ମୁଖ୍ୟ ଅତିଥି ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.