ETV Bharat / state

PDS ଚାଉଳ ହଡ଼ପ ! ଯୋଗାଣ ନିରୀକ୍ଷକ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଲେ ହିତାଧିକାରୀ

author img

By

Published : Oct 23, 2022, 8:14 AM IST

କଳାହାଣ୍ଡି ତରାପୁର ପଞ୍ଚାୟତ ଅଧିକାରୀ PDS ଚାଉଳ ହଡପ କରିଥିବା ଅଭିଯୋଗ । ଏନେଇ ଉତ୍ତ୍ୟକ୍ତ ହିତାଧିକାରୀ ଧର୍ମଗଡ ଯୋଗାଣ ନିରୀକ୍ଷକ ଏବଂ ତାରାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚାରି ଘଣ୍ଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ବନ୍ଦ କରିଥିଲେ । ଅଧିକ ପଢ଼ନ୍ତୁ

PDS ଚାଉଳ ହଡ଼ପ ! ଯୋଗାଣ ନିରୀକ୍ଷକ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଲେ ହିତାଧିକାରୀ
PDS ଚାଉଳ ହଡ଼ପ ! ଯୋଗାଣ ନିରୀକ୍ଷକ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଲେ ହିତାଧିକାରୀ

ଭବାନୀପାଟଣା: ଗରିବଙ୍କ ପେଟକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଇବା ପାଇଁ ସରକାର PDS ଚାଉଳ ବଣ୍ଟନର ଯୋଜନା କରିଛନ୍ତି । ସରକାରଙ୍କ ଦ୍ବାରା ପଞ୍ଜିକୃତ ଯୋଗ୍ୟ ହିତାଧିକାରୀଙ୍କୁ PDS ସାମଗ୍ରୀ ଯୋଗାଇ ଦିଆଯାଉଛି । ହେଲେ କିଛି ଅସାଧୁ କର୍ମଚାରୀ ହିତାଧିକାରୀଙ୍କ ପାଇଁ ଆସୁଥିବା PDS ଚାଉଳ ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ ।

କଳାହାଣ୍ଡି ଧର୍ମଗଡ ବ୍ଲକ ତରାପୁର ପଞ୍ଚାୟତରେ ଦାୟିତ୍ବରେ ଥିବା ପଞ୍ଚାୟତ ଅଧିକାରୀ ହିତାଧିକାରୀ ମାନଙ୍କୁ ୪ ମାସର ଚାଉଳ ନଦେଇ ହେରଫେର କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତ୍ୟକ୍ତ ହିତାଧିକାରୀ ଧର୍ମଗଡ ଯୋଗାଣ ନିରୀକ୍ଷକ ଏବଂ ତାରାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚାରି ଘଣ୍ଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ବନ୍ଦ କରିଥିଲେ । ପରେ ଧର୍ମଗଡ ବିଡିଓ ଏବଂ ପୋଲିସ ଘଟଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ କେହି ତାଙ୍କ କଥା ଶୁଣି ନଥିଲେ l ପରେ ଯୋଗାଣ ଅଧିକାରୀ ଦୁଇ ମାସ ମଧ୍ୟରେ ସମସ୍ତ ହିତାଧିକାରୀ ମାନଙ୍କୁ ବକେୟା ଚାଉଳ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଅଟକ ଥିବା ଦୁଇ ଅଧିକାରୀଙ୍କୁ ଛାଡିଥିଲେ ହିତାଧିକାରୀ ।

ସୂଚନା ଅନୁସାରେ ତରାପୁର ପଞ୍ଚାୟତରେ ୧୫ଟି ୱାର୍ଡ ରହିଥିବା ବେଳେ କେବଳ ଚାରିଟି ୱାର୍ଡର ହିତାଧିକାରୀଙ୍କୁ ପିଡିଏସ ଚାଉଳ ଦିଆଯାଇଥିଲା । ଅନ୍ୟ ୧୧ଟି ୱାର୍ଡର ହିତାଧିକାରୀଙ୍କୁ ୪ ମାସର ଚାଉଳ ଦିଆଯାଇନଥିଲା । ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ପରେ ଦୁଇ ମାସର ଚାଉଳ ଦେଇଥିଲେ, ହେଲେ ଆଉ ବକେୟା ଦୁଇ ମାସର ଚାଉଳ ଦେଇ ନଥିଲେ । ଯାହାକୁ ନେଇ ଶନିବାର ହିତାଧିକାରୀମାନେ ଧର୍ମଗଡ ଯୋଗାଣ ନିରୀକ୍ଷକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.