ETV Bharat / state

ବନ୍ଦ ହେଲା ସ୍କୁଲ, ଅନିଶ୍ଚିତତା ମଧ୍ୟରେ ୨୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - ଛାତ୍ରଛାତ୍ରୀ

କଳାହାଣ୍ଡି କେସିଙ୍ଗା ବ୍ଲକ ସାହାଜପାଟି ଗାଁରେ ବନ୍ଦ ହେଲା ଦୀର୍ଘ ୪୮ ବର୍ଷ ତଳେ ନିର୍ମାଣ ହୋଇଥିବା ସ୍କୁଲ । ଅଧିକ ପଢନ୍ତୁ...

ବନ୍ଦ ହେଲା ସ୍କୁଲ,  ଅନିଶ୍ଚିତତା ମଧ୍ୟରେ ୨୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

author img

By

Published : Aug 3, 2021, 7:53 PM IST

Updated : Aug 4, 2021, 4:35 PM IST

ଭବାନୀପାଟଣା: କେସିଙ୍ଗା ବ୍ଲକ ସାହାଜପାଟି ଗାଁରେ ଆଜକୁ ପ୍ରାୟ ୪୮ ବର୍ଷ ତଳେ ବିଦ୍ୟାଳୟଟିଏ ଖୋଲିଥିଲା। କିନ୍ତୁ ଚଳିତ ବର୍ଷ ସରକାରଙ୍କ ନୂଆ ନିଷ୍ପତ୍ତି ପରେ ବନ୍ଦ ହୋଇଛି ଏହି ସ୍କୁଲ । ସରକାରଙ୍କ ଘୋଷଣା ଅନୁଯାଇ ଯେଉଁ ସ୍କୁଲ ଗୁଡିକରେ ୨୦ଜଣରୁ କମ୍ ପିଲା ପାଠ ପଢୁଛନ୍ତି, ସେହି ସ୍କୁଲ ଗୁଡିକ ବନ୍ଦ ହେବ । କିନ୍ତୁ ପରେ ନୂଆ ଗାଇଡ଼ଲାଇନରେ ସରକାର ଘୋଷଣା କଲେ ଯେ କେବିକେ ଅଞ୍ଚଳ ପାଇଁ ୨୦ ଜଣ ପିଲା ଥିଲେ ବି ସ୍କୁଲ ରହିବ କିନ୍ତୁ ଏହି ସ୍କୁଲରେ ୨୯ ଜଣ ପିଲା ଥିଲେ ମଧ୍ୟ ବିଦ୍ୟାଳୟଟି ଉଠିଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ବନ୍ଦ ହେଲା ସ୍କୁଲ, ଅନିଶ୍ଚିତତା ମଧ୍ୟରେ ୨୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଫଳରେ ସ୍କୁଲରେ ପାଠ ପଢ଼ୁଥିବା ୨୯ ଜଣ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ପ୍ରଶାସନର ଏହି ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ଘୋର ବିରୋଧ କରୁଥିବା ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ବରିଷ୍ଠ ପ୍ରଶାସନିକ ଅଧିକାରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସ୍କୁଲକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ଲୋକେ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Aug 4, 2021, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.