ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଡୁମେରପାଣି ଓ ଭତ୍ତାପାଣି ବନବାସୀଙ୍କୁ ମାଡ ମାରିବା ଘଟଣା । ବିଜେଡି ନେତା ସେମାନଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ଏଯାଏଁ ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଫଳରେ ନ୍ୟାୟ ପାଇଁ ଆଦିବାସୀଙ୍କ ଅନଶନ ୨୮ ଦିନରେ ପହଞ୍ଚିଛି ।
ବିଜେଡି ନେତା ବନବାସୀଙ୍କୁ ମାଡ ମାରିବା ସହିତ ତାଙ୍କ ଘରଦ୍ବାର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ଏହି ଦାଦାଗିରିର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଆମପାଣି ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବିଜେଡି ନେତା । ସେପଟେ ନ୍ୟାୟ ପାଇଁ ଅନଶନରେ ଗତ ୨୮ ଦିନ ଧରି ବସିଛନ୍ତି ଆଦିବାସୀ । ଏସପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ବିଡିଓ ଯାଇ ଆଲୋଚନା ମଧ୍ୟ କଲେ । କିନ୍ତୁ ଏପର୍ଯ୍ୟନ୍ତ ଖୋଲା ଆକାଶ ତଳେ ବସିଥିବା ବନବାସୀଙ୍କୁ ନ୍ୟାୟ ମିଳିପାରିନାହିଁ ।
ସେପଟେ ଏହି ଘଟଣାରେ ସମ୍ପୂର୍ଣ୍ଣ ନୀରବ ସରକାର । ସେପଟେ ନ୍ୟାୟ ଦାବି କରି ବିଭିନ୍ନ ଆଦିବାସୀ ସଂଘ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ତେବେ ଏହି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ଆଦିବାସୀ ସମ୍ପ୍ରଦାୟ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ