ETV Bharat / state

ଧୂଳିଗୁଣ୍ଡରେ ଅତିଷ୍ଠ ବସନ୍ତପଡା, ଗାଁ ବିସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଗୁହାରୀ

author img

By

Published : Jun 15, 2022, 11:49 AM IST

ବିସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଜୋରଦାର ହେବ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ବିସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଥିଲେ କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ସମୟରେ ବସନ୍ତପଡ଼ା ଗ୍ରାମବାସୀ ବେଦାନ୍ତ କାମ୍ପାନୀ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବେଦାନ୍ତ କାରଖାନା ଠାରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ବସନ୍ତପଡା ଗାଁ ।

ଏହି ଗାଁ ଦେଇ କମ୍ପାନୀରେ ନିୟୋଜିତ ଶହଶହ ହାଇଓ୍ବା ତଥା ଭାରିଯାନ ବକ୍ସାଇଟ ବୋଝେଇ କରି ଯାତାୟାତ କରିଥିବା ବେଳେ ଗାଁକୁ ଲାଗି ରହିଛି କମ୍ପାନୀର ରେଡ ମଡ଼ପଣ୍ଡ । ଫଳରେ ପ୍ରବଳ ମାତ୍ରାରେ ବକ୍ସାଇଟ ଗୁଣ୍ଡ ଉଡୁଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି ।ବକ୍ସାଇଟ ଗୁଣ୍ଡ ଯୋଗୁଁ ଗାଁର ବହୁ ଲୋକ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଲେଣି । ଏପରିକି ଲୋକଙ୍କ ହାଣ୍ଡିଶାଳରେ ମଧ୍ୟ ବକ୍ସାଇଟ ଗୁଣ୍ଡ ପଶୁଛି । ବକ୍ସାଇଟ ଗୁଣ୍ଡ ଦ୍ୱାରା ଚର୍ମ ରୋଗ, କିଡନୀ ରୋଗ,ଶ୍ବାସ ରୋଗ ବ୍ୟାପିବାରେ ଲାଗିଛି।

ଏନେଇ ଗ୍ରାମବାସୀ ଅନେକଥର ଆନ୍ଦୋଳନ କରିବା ସହ ରାଜ ନେତାଙ୍କ ଠାରୁ ଆରମ୍ଭ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ହେଲେ କୌଣସି ସୁଫଳ ମିଳି ପାରିନଥିବା ନେଇ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଥାଶୀଘ୍ର ବସନ୍ତପଡା ଗାଁକୁ ବିସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.