ETV Bharat / state

ବିପଦରେ କୌଳିକ ବୃତ୍ତି ଓ କାରିଗର, ଲକଡାଉନ କଟକଣା ସାଜିଛି ପ୍ରତିବନ୍ଧକ

author img

By

Published : Apr 22, 2020, 5:13 PM IST

କାରିଗରଙ୍କ ଉପରେ ଏବେ ଲକଡାଉନ କଟକଣାର ପ୍ରଭାବ ପଡିଛି । ଯେଉଁ ବାଉଁଶ କାମରେ ପରିବାର ଚଳୁଥିଲା ଆଜି ସେହି କାମ ଠପ ହୋଇପଡିଛି । ଅଧିକ ପଢନ୍ତୁ...

ବିପଦରେ କୌଳିକ ବୃତ୍ତି ଓ କାରିଗର, ଲକଡାଉନ କଟକଣା ସାଜିଛି ପ୍ରତିବନ୍ଧକ
ବିପଦରେ କୌଳିକ ବୃତ୍ତି ଓ କାରିଗର, ଲକଡାଉନ କଟକଣା ସାଜିଛି ପ୍ରତିବନ୍ଧକ

ଭବାନୀପାଟଣା: କୋରୋନା ମହାମାରୀର ଡର ସବୁଆଡେ ଛାଇଯାଇଛି । ଆଉ ଏହାର ମୁକାବିଲା ପାଇଁ ସରକାର ଘୋଷଣା କରିଛନ୍ତି ଲକଡାଉନ କଟକଣା । କିନ୍ତୁ ଦିନ ବଢିବା ସହ ଏହାର ପ୍ରତ୍ୟକ୍ଷ ଅପେକ୍ଷା ପରୋକ୍ଷ ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ଆଉ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି ବିଭିନ୍ନ କାରିଗର ଓ ହସ୍ତଶିଳ୍ପୀ ।

କଳାହାଣ୍ଡିର ସଦରମହକୁମା ବ୍ଲକ ସିକୁଆଁ ଗାଁ । ଏଠାରେ 21ଟି ପରିବାରର ଶହେରୁ ଅଧିକ ଲୋକ ବାସ କରନ୍ତି । ଏମାନେ ସମସ୍ତଙ୍କ କୌଳିକ ବୃତ୍ତି ବାଉଁଶ କାମ । ହେଲେ ଏହି କାରିଗରଙ୍କ ଉପରେ ଏବେ ଲକଡାଉନ କଟକଣାର ପ୍ରଭାବ ପଡିଛି । ଦିନ ଥିଲା ଚାହିଦାରେ ଥିଲେ ଏମାନେ । ବାହାଘର ଠାରୁ ଯାନିଯାତରା । ସବୁଥିଲେ ଲୋଡା ଥିଲା ବାଉଁଶ ସାମଗ୍ରୀ । ଏହାସହ ତିଆରି କରନ୍ତି ବାଉଁଶରେ ନାନା କିସମର ଘରୋଇ ଉପକରଣ । କାମରୁ ମିଳେନି ଫୁରସତ ।

ହେଲେ ବର୍ତ୍ତମାନ ବଦଳିଯାଇଛି ସମୟ । ସମୟର ତାଳରେ ବଦଳିଯାଇଛି ଗାଁ ଓ ସହର । କମିଛି ପାରମ୍ପରିକ ସାମଗ୍ରୀର ଚାହିଦା । ଯାହା କିଛି ବିକ୍ରି ହେଉଥିଲା ସେଥିରେ ବାଧା ସାଜିଛି ଲକଡାଉନ ଓ କୋରୋନା କଟକଣା । ଯେଉଁ ବାଉଁଶ କାମରେ ପରିବାର ଚଳୁଥିଲା ଆଜି ସେହି କାମ ଠପ ହୋଇପଡିଛି । ଲକଡାଉନ ସହ ଜଙ୍ଗଲ ବିଭାଗର କଟକଣା ଏମାନଙ୍କ ବେଉସାରେ ସାଜିଛି ପ୍ରତିବନ୍ଧକ । ପ୍ରଭାବିତ ହୋଇଛି କୂଳ ବେଉସା । ଘାରିଛି ପରିବାର ପ୍ରତିପୋଷଣର ଚିନ୍ତା ।

ସେପଟେ ସରକାରୀ ଅଧିକାରୀ ଏନେଇ ଆଶ୍ବାସନା ଦେଇଛନ୍ତି । ବାଉଁଶ କାରିଗରଙ୍କୁ ପ୍ରଶାସନ ଯୋଗାଇଛି ପିଡିଏସ ସାମଗ୍ରୀ । ପରବର୍ତ୍ତୀ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଓରମାସ ଅଧିକାରୀ । ସରକାର ଏପରି ସମୟର ସମସ୍ତ ଗରିବ ଓ ଅସହାୟଙ୍କ କଥା ବୁଝୁଛନ୍ତି । ହେଲେ ଏପରି ବିପତ୍ତିର ସାମନା କରୁଥିବା ଛୋଟ କାରିଗରଙ୍କୁ ବୋଧେ ଭୁଲିଯାଇଛନ୍ତି । ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ସହାୟତାର ହାତ ଏମାନଙ୍କ ପାଖରେ ପହଞ୍ଚୁଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.