ETV Bharat / state

ସୀମାନ୍ତରେ ବସ୍‌ ଓଲଟିବା ଘଟଣା, ମୃତକଙ୍କ ମଧ୍ୟରେ କଳାହାଣ୍ଡି ଶ୍ରମିକ

ଗତ ୧୨ ତାରିଖରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଦାଦନ ଶ୍ରମିକ ମାନଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ଏକ ଘରୋଇ ବସ୍ ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଲକାନଗିରି ଜିଲ୍ଲାର ବାଗୁଡୁଡ଼ମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମୃତକଙ୍କ ମଧ୍ୟରେ ଜଣେ କଳାହାଣ୍ଡି ଶ୍ରମିକ ଥିବା ସୂଚନା । ଅଧିକ ପଢ଼ନ୍ତୁ

ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାରେ କଳାହାଣ୍ଡି ଜିଲ୍ଲାର ଜଣେ ମୃତ

author img

By

Published : Jun 15, 2022, 11:53 AM IST

ଭବାନୀପାଟଣା: ଗତ ୧୨ ତାରିଖରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଦାଦନ ଶ୍ରମିକ ମାନଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ଏକ ଘରୋଇ ବସ୍ ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଲକାନଗିରି ଜିଲ୍ଲାର ବାଗୁଡୁଡ଼ମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼ ଗାଁର ଧନେଶ୍ୱର ଦଳପତି ବୋଲି ଜଣାପଡିଛି । ସେହିପରି ଅନ୍ୟ ଜଣେ ଗୁରୁତର ଦାଦନ ଶ୍ରମିକ ହେଲେ ବିଦ୍ୟା ଦିଶାରୀ । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ଦେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ପ୍ରତିପୋଷଣ ଆଶାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ରୋଜଗାର କରି ପରିବାର ପ୍ରତିପୋଷଣର ସ୍ୱପ୍ନ ଲୁହରେ ବଦଳି ଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.