ETV Bharat / state

ୟୁପିଏସସିରେ ଉତ୍ତୀର୍ଣ୍ଣ ହେଲେ କଳାହାଣ୍ଡିର ଅଙ୍କିତ ଓ ରାହୁଲ

author img

By

Published : Aug 5, 2020, 2:52 PM IST

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ସହର ରାହୁଲ ଗୋୟଲ ଏବଂ ଭବାନୀପାଟଣାର ଅଙ୍କିତ ଶଙ୍କର ମିଶ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।

upsc exam
ୟୁପିଏସସି ଉତ୍ତୀର୍ଣ୍ଣ ହେଲେ କଳାହାଣ୍ଡିର ଅଙ୍କିତ ଓ ରାହୁଲ

କଳାହାଣ୍ଡି: ପ୍ରଶାସନିକ କ୍ଷେତ୍ରରେ ଦେଶର ସବୁଠୁ ବଡ ପରୀକ୍ଷା କୁହାଯାଉଥିବା ସିଭିଲ ସର୍ଭିସ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇସାରିଛି । ଯେଉଁଥିରେ ଟପ-10ରେ ଦୁଇ ସ୍ଥାନ ପାଇଥିବାବେଳେ ଆହୁରି ଅନେକ ଓଡିଆ ପରୀକ୍ଷାର୍ଥୀ ମଧ୍ୟ କୃତୀତ୍ବ ଅର୍ଜନ କରିଛନ୍ତି । ସେହି ତାଲିକାରେ UPSC ରେ କଳାହାଣ୍ଡି ଜିଲ୍ଲାରୁ 2ଜଣ ଅଙ୍କିତ ଓ ରାହୁଲ ମଧ୍ୟ କୃତୀତ୍ବ ଅର୍ଜନ କରି ସମସ୍ତଙ୍କୁ ଗୌରବାନ୍ବିତ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ସହର ରାହୁଲ ଗୋୟଲ ଏବଂ ଭବାନୀପାଟଣାର ଅଙ୍କିତ ଶଙ୍କର ମିଶ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । କେସିଙ୍ଗା ସହରର ସୁନୀଲ ଗୋୟଲଙ୍କ ପୁଅ ରାହୁଲ ଗୋୟଲ ୧୬୮ ତମ ସ୍ଥାନରେ ରହିଥିବା ବେଳେ ଭବାନୀପାଟଣା ସହର ସ୍ଥିତ ମହାବୀରପଡ଼ା ନିବାସୀ ତଥା ଅବସରପ୍ରାପ୍ତ ରିଡ଼ର ଅବନୀଭୂଷଣ ମିଶ୍ର ଓ ସଂଯୁକ୍ତାଙ୍କ ଏକ ମାତ୍ର ପୁଅ ଅଙ୍କିତ ଶଙ୍କର ମିଶ୍ର ୨୯୪ ତମ ସ୍ଥାନରେ ରହି ସଫଳ ହୋଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.