ETV Bharat / state

ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳିଲେ ଆନ୍ଦୋଳନକାରୀ - ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ

ଭାରତୀୟ ମଜଦୁର ସଂଘ ସଂଲଘ୍ନ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ଗତ ୨୦ ଦିନ ରୁ ଉର୍ଦ୍ଧ୍ବ ହେଲା କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ଆମରଣ ଅନଶନ ଜାରି ରଖିଛନ୍ତି । ଅଧିକ ପଢନ୍ତୁ

ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳିଲେ ଆନ୍ଦୋଳନକାରୀ

author img

By

Published : Dec 8, 2022, 4:55 PM IST

ଭବାନୀପାଟଣା: ଆଜି ମାଣବସା ଗୁରୁବାର । ପ୍ରତ୍ୟେକଟି ମହିଳା ନିଜ ଘରେ ମାଣ ବସାଇ ମାଁ ଲକ୍ଷ୍ମୀଙ୍କୁ ଆବାହନ କରୁଛନ୍ତି । ହେଲେ ଧାରଣାରେ ବସିଥିବା ଅଙ୍ଗନବାଡି କର୍ମୀଙ୍କର ଲକ୍ଷ୍ମୀ ପୂଜାରେ କିଛି ଭିନ୍ନ ଦେଖିବାକୁ ମିଳିଛି । କାରଣ ସେମାନେ ଘରେ ନୁହେଁ ବରଂ ଧାରଣା ସ୍ଥଳରେ କଳସ ବସାଇ ଧୂପ, ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଛନ୍ତି ମହାଲକ୍ଷ୍ମୀଙ୍କୁ ।

ଭାରତୀୟ ମଜଦୁର ସଂଘ ସଂଲଘ୍ନ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ଗତ ୨୦ ଦିନରୁ ଉର୍ଦ୍ଧ୍ବ ହେଲା କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ଆମରଣ ଅନଶନ ଚାଲିଛି । ହେଲେ ଆଜି ମାର୍ଗଶୀର ଗୁରୁବାର ଥିବାରୁ ଘରକୁ ନ ଯାଇ ଧାରଣ ସ୍ଥଳରେ ଅଭିନବ ପ୍ରତିବାଦ ଜଣାଇଛନ୍ତି ଅଙ୍ଗନବାଡି କର୍ମୀ । ଏଥିସହ ଧାରଣା ସ୍ଥଳରେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳିଲେ ଆନ୍ଦୋଳନକାରୀ

ତେବେ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକରେ ଥିବା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ମାନଙ୍କରେ ଆମରଣ ଅନଶନ କରିଛନ୍ତି ଅଙ୍ଗନବାଡି କର୍ମୀ । ସ୍କିମ ପ୍ରଥାକୁ ଉଚ୍ଛେଦ କରାଯାଇ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବାକୁ ଦାବୀ ହୋଇଛି ।

ଅନ୍ୟପଟେ କର୍ମୀ ମାନଙ୍କୁ ମାସିକ ୨୧ହଜାର ଟଙ୍କା ଏବଂ ସହାୟିକା ମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ପ୍ରଦାନ ସହ ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ଭଳି ୧୪ ଦଫା ଦାବି ନେଇ ଆମରଣ ଅନଶନରେ ଏବେ ଅଙ୍ଗନବାଡି କର୍ମୀ। ସରକାର ଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ଥରରେ ପହଞ୍ଚାଇବା ସହ ସ୍ବାସ୍ଥ୍ୟ ସେବା ଓ ବିଶେଷ କରି ପିଲାଙ୍କୁ ଅଙ୍ଗନବାଡି ସେଣ୍ଟର ରେ ପ୍ରାଥମିକ ଶିକ୍ଷା ପ୍ରଦାନ ଭଳି ସମାଜ ପାଇଁ ଅନେକ କାର୍ଯ୍ୟ କରିଥାନ୍ତି ଅଙ୍ଗନବାଡି କର୍ମୀ।ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଦାବି ପୂରଣ କରିନଥିବା ବେଳେ ଦାବି ପୂରଣ ନ ହେଲେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.