ETV Bharat / state

ପହଞ୍ଚିପାରିଲାନି ଆମ୍ବୁଲାନ୍ସ , କାଦୁଅ ରାସ୍ତାରେ ଚାଲିଲେ ଗର୍ଭବତୀ - ambulance could not reached

ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଏକାଧିକ କିଲୋମିଟର ବାଟ ଚାଲିଚାଲି ଆମ୍ବୁଲାନ୍ସ ପାଖକୁ ଆସିବାକୁ ପଡିଥିଲା ।

ambulance could not reached at village, Pregnant lady walked in kalahandi
ପହଞ୍ଚିପାରିଲାନି ଆମ୍ବୁଲାନ୍ସ ,କାଦୁଅ ରାସ୍ତାରେ ଚାଲିଲେ ଗର୍ଭବତୀ ମହିଳା
author img

By

Published : Oct 3, 2020, 7:38 PM IST

ଭବାନୀପାଟଣା: ପୁଣି ରାସ୍ତାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ କର୍ଲାପଡାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଏକାଧିକ କିଲୋମିଟର ବାଟ ଚାଲିଚାଲି ଆମ୍ବୁଲାନ୍ସ ପାଖକୁ ଆସିବାକୁ ପଡିଥିଲା ।

ପହଞ୍ଚିପାରିଲାନି ଆମ୍ବୁଲାନ୍ସ ,କାଦୁଅ ରାସ୍ତାରେ ଚାଲିଲେ ଗର୍ଭବତୀ ମହିଳା
ଶନିବାର ଚନ୍ଦ୍ରଧ୍ବଜ ବିଶିଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା । ମାତ୍ର ରାସ୍ତା ଖରାପ ଥିବାରୁ ଗାଁରୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ ।

ଗାଁ ଲୋକେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ଅଧାବାଟ ବୋହି ଆଣିଥିବାବେଳେ ଆଉ ଅଧାବାଟ ସେ ନିଜେ ଚାଲି ଚାଲି ଆମ୍ବୁଲାନ୍ସରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଫଳରେ ଏହି ଦୃଶ୍ୟ ଜନମଙ୍ଗଳ ରାଷ୍ଟ୍ରରେ ସରକାରଙ୍କ ଲୋକହିତକର ଯୋଜନା ଉପରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.