ଭବାନୀପାଟଣା: ଗୁରୁ ଶିଷ୍ୟ ସମ୍ପର୍କରେ ହେଉଛି ଆଦର୍ଶର ସମ୍ପର୍କ କିନ୍ତୁ ସେଇ ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ ମଦନପୁର ରାମପୁର ଥାନା ଅନ୍ତର୍ଗତ ବେଲଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୀରାଦ୍ରୀ ମଳୟ ମଙ୍ଗରାଜଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନୀ ଅଭିଯୋଗ। ନିଜ ସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ଦୁଇବର୍ଷ ଧରି ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସିଥିବା ବେଳେ ଗତ ୭ ତାରିଖରେ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ମାରିଥିଲା ଅଭିଯୁକ୍ତ ଶିକ୍ଷକ। । ତେବେ ଦୀର୍ଘ ଦୁଇଦିନ ଧରି ଦୁଷ୍କର୍ମ କରିଥିବା ବେଳେ ୯ ତାରିଖ ଦିନ ସନ୍ଧ୍ୟା ସମୟରେ ଭୁବନେଶ୍ବରର ବରମୁଣ୍ଡା ବସ ଷ୍ଟାଣ୍ଡରେ ଛାଡି ଦେଇ ଫେରାର ମାରିଥିଲା ।
କଳେବଳେ ଛାତ୍ରୀ ଜଣକ ମଦନପୁର ରାମପୁର ପହଞ୍ଚି ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ପିଡିତା ଛାତ୍ରୀଙ୍କ ଡାକ୍ତରୀ ମାଇନା କରା ଯାଇଥିବାବେଳେ ଅଭିଯୁକ୍ତ ଶିକ୍ଷକକୁ ଗିରଫ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ । କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା କଂଗ୍ରେସର ଏକ ୭ ଜଣିଆ ପ୍ରତିନିଧି ଦଳ ପିଡିତାଙ୍କ ପରିବାରଙ୍କ ସହ ଆଲୋଚନା କରିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ ନକଲେ ମଦନପୁର ରାମପୁର ଥାନା ଘେରାଉ କରାଯିବା ସହ ଜିଲ୍ଲାଜୁ ବନ୍ଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ଚେତାବନୀ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ , ଇଟିଭି ଭାରତ