ETV Bharat / state

ଭବାନୀପାଟଣା ନିର୍ମାଣଧୀନ ବସ୍‌ଷ୍ଟାଣ୍ଡ କାମ ନିମ୍ନମାନର ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ନିର୍ମିତ ନୂଆ ବସଷ୍ଟାଣ୍ଡକୁ ନେଇ ପ୍ରଶ୍ନ ଉଠିଛି । ନୂଆ ବସଷ୍ଟାଣ୍ଡର ପୁରୁଣା ଟର୍ମିନାଲକୁ ଭଙ୍ଗାଯାଇ ୫ଏକର ଜମିରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ଅଧିକ ପଢନ୍ତୁ

ବାସଷ୍ଟାଣ୍ଡ ନିର୍ମାଣ ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Jun 19, 2022, 9:10 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ନିର୍ମାଣଧୀନ ନୂଆ ବସଷ୍ଟାଣ୍ଡକୁ ନେଇ ପ୍ରଶ୍ନ ଉଠିଛି । ନୂଆ ବସଷ୍ଟାଣ୍ଡର ପୁରୁଣା ଟର୍ମିନାଲକୁ ଭଙ୍ଗାଯାଇ ୫ ଏକର ଜମିରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ୧୪ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାମ ଆରମ୍ଭ ହୋଇଛି । ସମ୍ପୃକ୍ତ ଠିକା ସଂସ୍ଥା ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ବେସରେ ମାଟି ଭର୍ତ୍ତି କରାଯାଉଥିବା ସହ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଛି ।

ବାସଷ୍ଟାଣ୍ଡ ନିର୍ମାଣ ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ

ଡିକେ ଇଂଜିନିୟରିଂ ଆଣ୍ଡ କନଷ୍ଟ୍ରକସନ ପକ୍ଷରୁ ୧୪.୯୯% କମରେ ଟେଣ୍ଡର ନିଆଯାଇଛି । ଏହି ନିର୍ମାଣ କାର୍ଯ୍ୟ ୨୪ ଡିସେମ୍ବର ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ବେଳେ ଏହାର ନିର୍ମାଣ ଶେଷ ଅବଧି ୨୩ ଡିସେମ୍ବର ୨୨ ପର୍ଯ୍ୟନ୍ତ ରହିଛି । ବସଷ୍ଟାଣ୍ଡରେ ବାସ ଟର୍ମିନାଲ ବିଲଡିଂ, ୩୫ ରୁ ଉର୍ଦ୍ଧ୍ବ ଦୋକାନ ଗୃହ, ପାର୍କିଂ, ରାସ୍ତା , ପେଭିଂ, ଡ୍ରେନ କାମ, ପାଚେରୀ କାମ,ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ, ବସ ସର୍ଭିସି ଷ୍ଟେସନ ଆଦି କାମ ହେବ । ଏହି କନଷ୍ଟ୍ରକସନ କମ୍ପାନୀ ୧୪.୯୯% କମରେ ଟେଣ୍ଡର ନେଇଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ମଧ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି ।

ବିଭାଗୀୟ ଯନ୍ତ୍ରୀ ଏହାର ତଦାରଖ କରୁନଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ନିଜ ମନମାନିରେ କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତ୍ତମାନ ନିର୍ମାଣଧୀନ ଥିବା ପିଲର ଚାରି ପଟେ ବାଲି ବଦଳରେ ମାଟି ଭର୍ତ୍ତି କରାଯାଉଛି । ନୂଆ ବସଷ୍ଟାଣ୍ଡ ନିମନ୍ତେ ପ୍ରାୟ ୫ ଏକର ଜମିଥିବା ବେଳେ ଜାତୀୟ ରାଜପଥକୁ ଲାଗି ନିର୍ମାଣ କାର୍ଯ୍ୟ ଚାଲିଛି । ଭବିଷ୍ୟତରେ ରାଜପଥ ସମ୍ପ୍ରସାରଣ ହେଲେ ଏହି ନିର୍ମାଣ ହେଉଥିବା ବସଷ୍ଟାଣ୍ଡ ଭଙ୍ଗା ଯିବାର ମଧ୍ୟ ଆଶଙ୍କା ରହିଛି ।

ନୂଆ ବସଷ୍ଟାଣ୍ଡକୁ ଭଙ୍ଗା ଯାଇ ପୁଣି ନୂତନ ବସଷ୍ଟାଣ୍ଡ ନିର୍ମାଣ ଚାଲିଛି । ୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଦୂରଦୃଷ୍ଟି ଅଭାବ ଯୋଗୁଁ ପୁନର୍ବାର ରାଜପଥକୁ ଲାଗି ନିର୍ମାଣ କାର୍ଯ୍ୟ ଚାଲିବା ଘଟଣା ଜିଲ୍ଲା ପ୍ରଶାସନର ମନମୁଖୀ ଶାସନ ବୋଲି ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସମୟ ସୀମା ମଧ୍ୟରେ କାମ ସରିବା ସହ ନିମ୍ନ ମାନର କାମ ହେଉନଥିବା କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.