ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ଅଖିଳ ଭାରତ ଛାତ୍ରସଂଘ(AISF) ପକ୍ଷରୁ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଏହାସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଛାତ୍ରସଂଘ ।
ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପରିବାର ବର୍ଗଙ୍କ ଏତଲାକୁ ପୋଲିସ ଗୁରୁତ୍ବ ନଦେବା ସହ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ ଲିଙ୍କ ଥିବାରୁ ତଦନ୍ତ ବାଟବଣା ହେବା ନେଇ ଏବେ ସନ୍ଦେହ ଉପୁଜିବାରେ ଲାଗିଛି ।
ଘଟଣାର ତଦନ୍ତ ନିରପେକ୍ଷତା ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାତ୍ର ସମାଜର ଆନ୍ଦୋଳନ ଜାରି ରହିବ ବୋଲି AISF ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ