ETV Bharat / state

ମାଡୁଛି କୋରୋନା, ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ

author img

By

Published : Jun 13, 2020, 9:37 PM IST

କଳାହାଣ୍ଡିର ନର୍ଲା ବ୍ଲକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ଅଞ୍ଚଳକୁ 24 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହାସହ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ କରାଯାଇ ସାମୟିକଭାବେ ରୋଗୀ ସେବାକୁ ବନ୍ଦ କରି ଦିଆଯାଇଛି । ଅଧିକ ପଢନ୍ତୁ...

ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ
ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ମହାମାରୀ କୋରୋନା । କୋରୋନା କବଳରୁ ଡାକ୍ତରମାନେ ମଧ୍ୟ ବାଦ ପଡିନାହାନ୍ତି । ଏଭଳି ସ୍ଥିତି ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଥିଲେ ମଧ୍ୟ ବେଶ ସମ୍ବେଦନଶୀଳ ହୋଇପଡିଛି ନର୍ଲା ବ୍ଲକ । ପ୍ରତିଦିନ ଏହି ବ୍ଲକରୁ ରୋଗୀ ସଂଖ୍ୟା ବଢୁଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ କୋରୋନା ଆକ୍ରାନ୍ତ ହେଉଛନ୍ତି।

ନର୍ଲାକୁ ସଟଡାଉନ ଘୋଷଣା କଲା ପ୍ରଶାସନ

ଗତ ଦୁଇ ସପ୍ତାହ ମଧ୍ୟରେ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଦୁଇ ଦୁଇ ଥର ନର୍ଲାକୁ ପ୍ରଶାସନ ସଟଡାଉନ ଘୋଷଣା କରିଥିଲା । ଶୁକ୍ରବାର ଆଉ ଜଣେ ପ୍ରବାସୀ ଓ ଦୁଇ ଜଣ ମହିଳା ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ନର୍ଲା ଓ ରୁପ୍ରା ରୋଡ଼କୁ ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଦିଆଯାଇଛି । ଏହାସହ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ କରାଯାଇ ସାମୟିକଭାବେ ରୋଗୀ ସେବାକୁ ବନ୍ଦ କରି ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.