ETV Bharat / state

ରେଳ ଷ୍ଟେସନରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

author img

By

Published : Oct 26, 2022, 2:04 PM IST

ଷ୍ଟେସନ ପରିସରରେ ରେଳ ବିଭାଗ କର୍ମଚାରୀଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ନର୍ଲା ଡାକ୍ତରଖାନା ଓ ପରେ ଗୁରୁତର ଅବସ୍ତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ରେଳ ଷ୍ଟେସନରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ
ରେଳ ଷ୍ଟେସନରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

ଭବାନୀପାଟଣା: ଷ୍ଟେସନ ପରିସରରେ ରେଳବିଭାଗ କର୍ମଚାରୀଙ୍କୁ ଛୁରାମାଡ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ତେବେ ଛୁରାମାଡରେ ଗୁରୁତର ବ୍ୟକ୍ତି ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସାଲେପଡା ଗାଁର ସୀମାନ୍ତ ଖଡଙ୍ଗା । କୌଣସି ଗଣ୍ଡଗୋଳକୁ କେନ୍ଦ୍ରକରି ଏପରି ଘଟିଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ, ସୀମାନ୍ତ ଖଡଙ୍ଗା ଅସ୍ଥାୟୀ କର୍ମଚାରୀ ଭାବରେ ରୁପ୍ରାରୋଡ଼ ରେଳ ଷ୍ଟେସନ କର୍ମଚାରୀ ମାନଙ୍କ ପାଇଁ ରୋଷେୟା ଭାବରେ କାମ କରନ୍ତି । ଏନେଇ ଗତକାଲି ସନ୍ଧ୍ୟାରେ ମଧ୍ୟ ରୋଷେଇ ସାରି ଷ୍ଟେସନ ପରିସରରେ ବଳସପୁର ଗାଁର ମୁକୁନ୍ଦ ଗଡିଆ ନାମକ ଜଣେ ବ୍ୟକ୍ତି ଆସି ତାଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ କରିଥିଲେ । ଏହାପରେ ବ୍ୟକ୍ତି ଜଣକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ଏନେଇ ଯୁବକ ଜଣକ ଚିତ୍କାର କରିବାରୁ ପାଖରେ ଥିବା କିଛି ଲୋକ ଆସି ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।

ସେପଟେ ଗୁରୁତର ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ହେଲେ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନଥିବା ନେଇ ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.