ଭବାନୀପାଟଣା: ଜିଲ୍ଲାରେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଗସ୍ତରେ ଯାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଡିଜି ହେଲିକ୍ୟାପ୍ଟର ଯୋଗେ ଜିଲ୍ଲାର ଭବାନୀପାଟଣାଠାରେ ପହଞ୍ଚିବା ପରେ ପ୍ରଥମେ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଓ ପରେ ମାଓ ସ୍ଥିତି, ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକ ପରେ ଏସପିଙ୍କ କାର୍ଯ୍ୟାଳୟ ଠାରେ ଗୁଇନ୍ଦା ବିଭାଗର ନୂତନ କୋଠାର ଶୁଭାରମ୍ଭ କରିଛନ୍ତି । ଡିଜିଙ୍କ ଏହି ଗସ୍ତରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଓ କଳାହାଣ୍ଡି ଏସପି ଶ୍ରବଣ ବିବେକଙ୍କ ସମେତ ଆଇପିଏସ ସୁଶ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ