ଭବାନୀପାଟଣା: ବେକାରୀ ଯୁବକଯୁବତୀଙ୍କ ସରଳତାର ଫାଇଦା ଉଠେଇ ଲକ୍ଷଲକ୍ଷ ଟଙ୍କା ଠକି ନେଲା ଅଭିଯୁକ୍ତ । ଚାକିରୀ ପ୍ରଲୋଭନ ଦେଖାଇ ଯୁବକଯୁବତୀଙ୍କୁ ଟାର୍ଗେଟ କରିିଥିଲା ଅଭିଯୁକ୍ତ । ବେକାରୀ ଯୁବକଯୁବତୀଙ୍କ ସରଳତାର ଫାଇଦା ଉଠେଇ ଲକ୍ଷଲକ୍ଷ ଟଙ୍କା ଠକିନେଲା ଅଭିଯୁକ୍ତ ।
ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ କରାଇଦେବାର କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲା ମନୋରଞ୍ଜନ ନନ୍ଦ । ଭବାନୀପାଟଣା ସହର ନିକଟରେ ଥିବା ମେଦିନିପୁର ଗାଁରେ ମନୋରଞ୍ଜନ ନନ୍ଦ ଘର । ଲକ୍ଷଲକ୍ଷ ଟଙ୍କା ଲୁଟିବା ସହ ଯୁବକଯୁବତୀଙ୍କୁ ନକଲି ନିଯୁକ୍ତି ପତ୍ର ଧରାଇ ଦେଉଥିଲା ମନୋରଞ୍ଜନ ।
ଏନେଇ ଗତ କିଛି ଦିନ ତଳେ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ଆଜି(ଗୁରୁବାର) କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ମନୋରଞ୍ଜନ ନନ୍ଦକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦିଲ୍ଲୀ, ସେଣ୍ଟ୍ରାଲ ଟ୍ରେନିଂ ଆଣ୍ଡ କାଉନସେଲିଂ ସେଣ୍ଟର, ରାଜ୍ୟ ସରକାରଙ୍କ ନିଯୁକ୍ତି ପତ୍ର, କେନ୍ଦ୍ରିୟ ବିଦ୍ୟାଲୟ ସଂଗଠନର ଅଗ୍ରଗାମୀ ଚିଠି ଅଭିଯୁକ୍ତଠାରୁ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଜଣକ ୭ଲକ୍ଷ ୬୦ ହଜାର ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ