ETV Bharat / state

ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍

author img

By

Published : Feb 5, 2021, 9:52 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ପ୍ରଗତୀ କଲେଜ ନିକଟରେ ଏକ ଚଳନ୍ତା କାରରେ ଲାଗିଲା ନିଆଁ । ଚାହୁଁ ଚାହୁଁ ଜଳି ପୋଡ଼ି ପାଉଁଶ ହୋଇଗଲା କାର। ଅଧିକ ପଢ଼ନ୍ତୁ...

a car caught into fire at at kalahandi bhabanipatana
ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ପ୍ରଗତୀ କଲେଜ ନିକଟରେ ଏକ ଚଳନ୍ତା କାରରେ ଲାଗିଲା ନିଆଁ । ଚାହୁଁ ଚାହୁଁ ଜଳି ପୋଡ଼ି ପାଉଁଶ ହୋଇଗଲା କାର । ତେବେ କେଉଁ କାରଣରୁ କାରରେ ଅଗ୍ନିକାଣ୍ଡ ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ବେଳକୁ କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା ।

ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍

ଜଣେ ଜନୈକ ବ୍ୟକ୍ତି ନିଜ କାର ଯୋଗେ ଭବାନୀପାଟଣାରୁ ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିଲେ। ସନ୍ଧ୍ୟା ସମୟରେ କାର ଭିତରୁ ଧୂଆଁ ବାହାରୁଥିବିା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ କାର ଡ୍ରାଇଭର ଅଭିଷେକ ପାଣିଗ୍ରାହୀ ଓ ମାଲିକ ସୌରଭ ମିଶ୍ର କାର ବାହାରକୁ ଆସି ନିଆଁ ଲିଭାଇକୁ ଚେଷ୍ଟା କରିଥିଲେ । ଏଥିରେ ବିଫଳ ହେବାରୁ ସେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଜୋରଦାର ପ୍ରୟାସ କରିଥିଲା । ତେବେ ସେତେ ବେଳକୁ କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟ କାର ଡ୍ରାଇଭର ଓ ମାଲିକ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.