ETV Bharat / state

କଳାହାଣ୍ଡି ଗସ୍ତରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା - କଳାହାଣ୍ଡିରେ 5ଟି ସଚିବ

ଦିନିକିଆ କଳାହାଣ୍ଡି ଗସ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା । ଅଧିକ ପଢନ୍ତୁ...

କଳାହାଣ୍ଡି ଗସ୍ତରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା

author img

By

Published : Jul 31, 2021, 12:05 PM IST

Updated : Jul 31, 2021, 1:10 PM IST

ଭବାନୀପାଟଣା: ଆଜି(ଶନିବାର) ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସହ ଅଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ, ମିଶନ ଶକ୍ତି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ କ୍ରିଶନ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିର୍ଷ୍ଣା ମଧ୍ୟ ଗସ୍ତ କରିଛନ୍ତି ।

କଳାହାଣ୍ଡିରେ 5-T ସଚିବ
ପ୍ରଥମେ ଉତକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ ଉଡାନ ଯୋଜନାର ସମୀକ୍ଷା କରିଥିଲେ । ପରେ ଭଙ୍ଗାବାରି ସ୍ଥିତ ନୂତନ ମେଡିକାଲ କଲେଜର ତଦାରଖ କରିବା ସହ ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ । ତେବେ ଆଜି ମଧ୍ୟ ନିର୍ମାଣଧୀନ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ସେହିପରି ସ୍ମାର୍ଟ କ୍ଲାସରୁମ ଓ ଇ-ଲାଇବ୍ରେରୀ ସହ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତୃଣମୂଳସ୍ତରରେ ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସେନେଇ ମଧ୍ୟ ସମୀକ୍ଷା କରିବାର କାର୍ଯକ୍ରମ ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jul 31, 2021, 1:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.