ଭବାନୀପାଟଣା: ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଲାଣି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ।
ଶନିବାର ଜିଲ୍ଲାରେ ପୁଣି ୩୧୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୩୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭ ହଜାର ୨୪୧ ଜଣ ସୁସ୍ଥ ହୋଇଛନ୍ତି ।
ଏପଟେ ଜିଲ୍ଲାରେ ୩୭ ଜଣ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଥିବାବେଳେ ୪ ହଜାର ୧୨୦ ଜଣ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲ ଓ ହୋମ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ