ETV Bharat / state

ଚାକିରି ନାଁରେ ଯୁବପିଢିଙ୍କୁ ଠକେଇ, ୩ ଗିରଫ

ଚାକିରି ନାଁରେ ଯୁବପିଢିଙ୍କୁ ଠକେଇ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Nov 12, 2021, 7:19 AM IST

ଚାକିରୀ ନାଁରେ ଯୁବପିଢିଙ୍କୁ ଠକେଇ, ୩ଗିରଫ
ଚାକିରୀ ନାଁରେ ଯୁବପିଢିଙ୍କୁ ଠକେଇ, ୩ଗିରଫ

ଭବାନୀପାଟଣା: ଚାକିରି ନାଁରେ ଯୁବପିଢିଙ୍କୁ ଠକେଇ ଅଭିଯୋଗରେ ୩ ଗିରଫ । ଖାଲି ଚାକିରି ଦେବା ନାଁରେ ଠକେଇ ନୁହେଁ ବରଂ ତାଲିମ ଦେଇ ହଜାର ହଜାର ଟଙ୍କା ଠକିନେବା ସହ ଏହାକୁ ପ୍ରଘଟ ନକରିବାକୁ ବେକାର ଯୁବକଙ୍କୁ ମଧ୍ୟ ଗୃହ ବନ୍ଦୀ କରାଯାଇଛି । ଏଭଳି ସାଙ୍ଗାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର କିଛି ଠକ ସଂସ୍ଥା ନାଁରେ ।

ଚାକିରୀ ନାଁରେ ଯୁବପିଢିଙ୍କୁ ଠକେଇ, ୩ଗିରଫ

ସୂଚନା ଅନୁଯାୟୀ, ଭବାନୀପାଟଣାରେ କିଛି ଠକ ସଂସ୍ଥା ଆସର ଜମାଇଥିବା ବେଳେ ସ୍ଥାନୀୟ ଦେବାନସାହେବ ପଡା ଏକ ଭଡା ଘରେ ବିଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ବେକାରୀ ଯୁବକ ଓ ବ୍ୟକ୍ତି ମାନଙ୍କୁ ରଖି ତାଲିମ ଦେଉଥିଲେ । ଏଥିସହ ଚାକିରି ଦେବା ଆଳରେ ସେମାନଙ୍କୁ ପ୍ରଥମେ ୫ ହଜାର ଟଙ୍କା ଜମା କରିବାକୁ କହିଥିଲେ । ଡାଟା ଅପରେଟର, ଅଫିସ କାମରେ ନିଯୁକ୍ତି ଦିଆଯିବ କହି ତାଲିମ ମଧ୍ୟ ଦେଉଥିଲେ । ଏନେଇ ସେମାନଙ୍କ ଉପରେ ସଂସ୍ଥାର ରହିଥିଲା ତୀକ୍ଷଣ ନଜର । ଏମିତିକି ସେମାନଙ୍କୁ ବାହାରକୁ ଯିବାପାଇଁ ମଧ୍ୟ ଅନୁମତି ନଥିଲା ।

ତେବେ ଯୁବକ ମାନଙ୍କୁ ସେଠାରେ ତାଲିମ ବଦଳରେ ନିର୍ଯାତନା ଦିଆଯାଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ଚାଢ଼ାଉ କରି ଠକ ସଂସ୍ଥାର ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏଥିସହ ସଂସ୍ଥାର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.