ETV Bharat / state

ଟଙ୍କା ଆଦାୟ ନାଁରେ ପୋଲିସ ପଞ୍ଝାରେ ତିନି ନକଲି ମାଓବାଦୀ

author img

By

Published : Aug 11, 2020, 8:37 PM IST

ମହଙ୍ଗା ପଡିଲା ମାଓବାଦୀ ନାଁରେ ଟଙ୍କା ଆଦାୟ। 10 ଲକ୍ଷ ଟଙ୍କା ଚାନ୍ଦା ମାଗି ପୋଲିସ ଜାଲରେ ଫସିଗଲେ 3 ନକଲି ମାଓବାଦୀ । ଅଧିକ ଖବର ପଢନ୍ତୁ...

ଟଙ୍କା ଆଦାୟ ନାଁରେ ପୋଲିସ ପଞ୍ଝାରେ ତିନି ନକଲି ମାଓବାଦୀ
ଟଙ୍କା ଆଦାୟ ନାଁରେ ପୋଲିସ ପଞ୍ଝାରେ ତିନି ନକଲି ମାଓବାଦୀ

ଭବାନୀପାଟଣା: ମହଙ୍ଗା ପଡିଲା ମାଓବାଦୀ ନାଁରେ ଟଙ୍କା ଆଦାୟ। 10 ଲକ୍ଷ ଟଙ୍କା ଚାନ୍ଦା ମାଗି ପୋଲିସ ଜାଲରେ ଫସିଗଲେ 3 ନକଲି ମାଓବାଦୀ । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ବଡ଼ପୁଝାରିଗୁଡା ଗାଁର ତୁଳସୀରାମ ନାଏକଙ୍କୁ କିଛି ଲୋକ ଫୋନ କରି 'ଆମେ ମାଓବାଦୀ, 10 ଲକ୍ଷ ଟଙ୍କା ଦିଅ ନହେଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ'।

ତୁଳସୀରାମ ଏ ନେଇ ଜୟପାଟଣା ପୋଲିସକୁ ସୂଚନା ଦେବା ପରେ ପୋଲିସ ତତ୍ପରତା ଦେଖାଇ ମୋବାଇଲ ଟ୍ରାକିଂ କରି ଏହି ଘଟଣାରେ ସମ୍ପୃକ୍ତ 3 ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ 2 କୋକସରା ଥାନା ଅଞ୍ଚଳର ହୋଇଥିବାବେଳେ ଆଉ ଜଣେ ଜୟପାଟଣା ଅଞ୍ଚଳର ବୋଲି ସୂଚନା ଦେଇଛି ପୋଲିସ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.