ETV Bharat / state

ଦ୍ବିତୀୟ ଦିଶା କମିଟି ବୈଠକ, କାର୍ଯ୍ୟକାରୀ ଯୋଜନାର ସମୀକ୍ଷା

କଳାହାଣ୍ଡି ଭବାନୀପାଟଣା ଠାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଫଳ ରୂପାୟନ ନେଇ ସମୀକ୍ଷା ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Jan 20, 2023, 2:03 PM IST

disha committee meeting
ଦିଶା କମିଟି ବୈଠକ
ଦ୍ବିତୀୟ ଦିଶା କମିଟି ବୈଠକ

ଭବାନୀପାଟଣା: କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧିଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମତ ରଖିଥିଲେ । ଦିଶା ଅଧ୍ୟକ୍ଷ ବସନ୍ତ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚର ମୂଲ୍ୟାଙ୍କନ, ବିଭିନ୍ନ ଯୋଜନାର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତାର କାରଣ ଓ ତର୍ଜମା ଉପରେ ଆଲୋଚନା ହୋଇଥିଲା ।

ଅନୁଷ୍ଠିତ ବୈଠକରେ ଦିଶା କମିଟି ଉପାଧ୍ୟକ୍ଷ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ବୈଠକରେ ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଏନ୍ଏସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନଜିଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏନ୍ଏଚଏମ, ଆଇ ସି ଡ଼ି ଏସ୍, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, କୃଷି ସ୍ବାସ୍ଥ୍ୟ କାର୍ଡ, କୌଶଳ ବିକାଶ ଯୋଜନା, ଟେଲିକମ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ବିଭିନ୍ନ ଯୋଡନାରେ ଲାଭ ପାଉଥିବା ହିତାଧିକାରୀ, ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ ହେବା ଉପରେ ସମୀକ୍ଷା ହୋଇଥିଲା ।

ଜିଲ୍ଲାରେ ମନରେଗା ଯୋଜନାରେ ୧୩ଟି ବ୍ଲକରେ ୭୭ଟି ଅମୃତ ସରୋବର ଖନନ ଲକ୍ଷ୍ୟ ଧାର୍ଯ୍ୟରୁ ଏପର୍ଯ୍ୟନ୍ତ ୧୨ଟି ଶେଷ ଏବଂ ୫୬ଟି କାର୍ଯ୍ୟ ଆରମ୍ଭ ହୋଇଅଛି । ୩୫୦୨ଟି ରାସ୍ତା ଅନୁମୋଦନ ହୋଇ ୧୩୮୯ଟି ର କାର୍ଯ୍ୟ ଆରମ୍ଭ ହୋଇଛି । ସେଭଳି ଗ୍ରାମ୍ୟ ରାସ୍ତା ସଂଯୋଗୀକରଣରେ ୧୪୫୩ଟି ଅନୁମୋଦିତ ହୋଇ ୧୫୬ଟି ଶେଷ ହୋଇଛି । ସେଭଳି ଜାତୀୟ ସାମାଜିକ ସହାୟତା ଯୋଜନାରେ ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା ୫୪୨୯୫, ବିଧବା ଭତ୍ତା ୨୨୪୨୦, ଦିବ୍ୟାଙ୍ଗ ଭତ୍ତା ୩୬୮୦ ମୋଟ ୮୦୩୯୫ ହିତାଧିକାରୀଙ୍କୁ ଓ ଜାତୀୟ ପରିବାର ଭତ୍ତା ୭୯୨ ଜଣଙ୍କୁ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ)ରେ ୧୦୧୯୭୧ ଲକ୍ଷ୍ୟ ଧାର୍ଯ୍ୟ ରୁ ୯୧୦୭୪ ଜଣଙ୍କୁ ଘର ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀରେ ଭବାନୀପାଟଣା, ଜୁନାଗଡ, ଧର୍ମଗଡ , କେସିଙ୍ଗା ଏନ ଏ ସି ଅଞ୍ଚଳରେ ୫୩୮୩ ଲକ୍ଷ ଧାର୍ଯ୍ୟରୁ ୨୯୩୫ ଜଣଙ୍କୁ ଘର ଆବଣ୍ଟନ କରାଯାଇଛି । ୭.୧୦.୨୦୨୨ ସୁଦ୍ଧା ମେଗା ପାଇପ ପାନୀୟ ଜଳ ପ୍ରକଳ୍ପରେ ୫୪୬ ଟି ଗ୍ରାମକୁ ପୂରଣ କରାଯାଇଛି । ୨୦୨୨ ସୁଦ୍ଧା ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ୨୫୦୦୦ ଲକ୍ଷ୍ୟଧାର୍ଯ୍ୟରୁ ୧୧୮୩୦ ବଣ୍ଟନ କରାଯାଇଛି । ଜିଲ୍ଲାରେ ତଥ୍ୟ ଅନୁଯାୟୀ ଅନୁମୋଦିତ ଡାକ୍ତର ସଂଖ୍ୟା ୪୦୦ରୁ ୧୬୬, ଆୟୁଷ ଡାକ୍ତର ୫୫ରୁ ୨୬, ଷ୍ଟାଫ ନର୍ସ ୨୫୩ରୁ ୧୬୦, ଫାର୍ମାସିଷ୍ଟ ୧୧୨ରୁ ୮୭ ଏବଂ ବିଶେଷଜ୍ଞ ଡାକ୍ତର ୧୦୭ ରୁ ୩୭ ଜଣ କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନାରେ ୨୪୩୮୪୬ଙ୍କ ହିତାଧିକାରୀ ମଧ୍ୟରୁ ୨୨୬୮୫୦ ପ୍ରାୟ ୯୩ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇଛି। ବୈଠକରେ ଦୁର୍ଗମ ଅଞ୍ଚଳରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା, ଭବାନୀପାଟଣା ବାଇପାସ୍ ରୋଡ, ଟିଟିଲାଗଡ ବିଜୟନଗରମ ତୃତୀୟ ରେଳପଥ ପାଇଁ ଜମି ଅଧିଗ୍ରହଣ, ଧାନ ସଂଗ୍ରହ,ଫସଲ ବୀମା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.