ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚାଲିଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଇ ଜିଲ୍ଲା ଶିକ୍ଷାଧିକାରୀ ଆଜି(ମଙ୍ଗଳବାର) 25 ଜଣ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଛନ୍ତି ।
ନକଲି ସାର୍ଟିଫିକେଟ ଦେଇ ଦୀର୍ଘ ଦିନ ହେବ ସମ୍ପୃକ୍ତ ଶିକ୍ଷକମାନେ ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟ କରିଆସୁଥିବେଳେ ଆଜି(ମଙ୍ଗଳବାର) ଜିଲ୍ଲା ଶିକ୍ଷା ବିଭାଗ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବହିଷ୍କୃତ ଶିକ୍ଷକମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।
ବହିଷ୍କୃତ ଶିକ୍ଷକଙ୍କ ମଧ୍ୟରୁ ଜୁନାଗଡ ବ୍ଲକରୁ 9, ଜୟପାଟଣା ଓ ଭବାନୀପାଟଣା ବ୍ଲକରୁ 4, କଲମପୁର ବ୍ଲକରୁ 3, ଗୋଲାମୁଣ୍ଡା ବ୍ଲକରୁ 2 ଜଣଙ୍କ ସମେତ ନର୍ଲା ଲାଞ୍ଜିଗଡ଼ ଓ କେସିଙ୍ଗା ବ୍ଲକରୁ ଜଣେ ଲେଖାଏଁ ଶିକ୍ଷକ ବହିଷ୍କୃତ ହୋଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ