ETV Bharat / state

୨ବର୍ଷ ପରେ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ ଉଦଘାଟିତ, ଦୁଲୁକିଲା ନୃତ୍ୟ ସଙ୍ଗମ ମଞ୍ଚ

କୋରୋନା କଟକଣାର ଦୀର୍ଘ ୨ ବର୍ଷ ପରେ ଆୟୋଜିତ ହୋଇଛି ୨୨ ତମ ଜାତୀୟ ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନୃତ୍ୟଶିଳ୍ପୀ ଯୋଗ ଦେଇ ନିଜର କଳା ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

୨ବର୍ଷ ପରେ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ ଉଦଘାଟିତ, ଦୁଲୁକିଲା ନୃତ୍ୟ ସଙ୍ଗମ ମଞ୍ଚ
୨ବର୍ଷ ପରେ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ ଉଦଘାଟିତ, ଦୁଲୁକିଲା ନୃତ୍ୟ ସଙ୍ଗମ ମଞ୍ଚ
author img

By

Published : Nov 26, 2022, 9:27 PM IST

ଭବାନୀପାଟଣା: ଦୁଲୁକିଲା ନୃତ୍ୟ ସଙ୍ଗମ ମଞ୍ଚ । ପ୍ରଦର୍ଶିତ ହେଲା ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା । ଦୀର୍ଘ ୨ ବର୍ଷ ପରେ ଜିଲ୍ଲାର ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଠାରେ ଆରମ୍ଭ ହୋଇଛି ୨୨ ତମ ଜାତୀୟ ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ। ଯେଉଁଥିରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଆଦିବାସୀ ଲୋକ ଗୀତ ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଛି । ପୁଣି ଥରେ ନୃତ୍ୟ ସଙ୍ଗମ ମଞ୍ଚରେ ହୋଇଛି କଳା ସଂସ୍କୃତି ଓ ପରମ୍ପରାର ସଙ୍ଗମ ଯାହାକୁ ମନ ଭରି ଉପଭୋଗ କଳାକାର ଠାରୁ ଦର୍ଶକ ।

୨ବର୍ଷ ପରେ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ ଉଦଘାଟିତ, ଦୁଲୁକିଲା ନୃତ୍ୟ ସଙ୍ଗମ ମଞ୍ଚ

ପ୍ରଥମେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ମନ୍ଦିରରୁ ସଂସ୍କୃତି ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ପହଞ୍ଚିବା ପରେ ମଞ୍ଚ ପୂଜା ସହ ଆରମ୍ଭ ହୋଇଥିଲା ସଂସ୍କୃତି ସନ୍ଧ୍ୟା । ପ୍ରଥମେ ଦିନରେ ମୁଖ୍ୟ ଅତିଥି ଭାବରେ ପୌର ଅଧକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଡ଼ ଅଜୟ ମିଶ୍ର, ପ୍ରଭାସ ମିଶ୍ର ପ୍ରମୂଖ ଯୋଗ ଦେଇ କଳା ଓ କଳାର ମାନଙ୍କୁ ନେଇ ଚାଲିଥିବା ଏହି ଜାତୀୟ ଉତ୍ସବ ବେଶ ପ୍ରଶଂସା କରିବା ସହ ଜିଲ୍ଲାର କଳା ସଂସ୍କୃତିକୁ ଆଗେଇ ନେବା ପାଇଁ ଏହି ଉତ୍ସବ ଗୋଟିଏ ଧାରା ହୋଇ ପରିଥିବା ପ୍ରକାଶ କରିଥିଲେ ଉପସ୍ଥିତ ଅତିଥି ।

ଏହା ବି ପଢନ୍ତୁ- ହତ୍ୟାର ପ୍ରତିଶୋଧ ନେଲା ଲାଲବାହିନୀ

ପ୍ରଥମେ ଦିନରେ ମଞ୍ଚଳରେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ନିଜର କଳା ପାରଦର୍ଶନ କରିଥିଲେ। ବିର ବାଦ୍ୟ ଘୁମୁରାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା ଏହା ପରେ ପରେ ଆସାମର ବିହୁ ନୃତ୍ୟ, ତେଲେଙ୍ଗାନାର ଓଗୁ ଢୋଲୁ ନୃତ୍ୟ, ଛତିଶଗଡ଼ର ଗୁଦୁମ ବାଜା ନୃତ୍ୟ, ପଶ୍ଚିମବଙ୍ଗର ଫୁର୍ଲିଆ ଛଉ ନୃତ୍ୟ ଓ ଭୁବନେଶ୍ବର ଓଡି଼ଶା ନୃତ୍ୟର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ ।

ଦୁଇ ବର୍ଷ ପରେ ଏହି ଜାତୀୟ ଉତ୍ସବକୁ ନେଇ ସଭିଙ୍କ ମନରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଭା ଅନୁଷ୍ଠିତ ପକ୍ଷରୁ ଆୟୋଜିତ ଏହି ଜାତୀୟ ଉତ୍ସବ ଆଉ ଦୁଇଦିନ ଧରି ଚାଲୁବାକୁ ଥିବା ବେଳେ ବିଭିନ୍ନ ରାଜ୍ୟର ଅନେକ କଳାକାର ରହି ସଂସ୍କୃତି ମହାକୁମ୍ଭରେ ସାମିଲ ହେବେ ବୋଲି ଆୟୋଜକ କମିଟି ପ୍ରକାଶ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.